ଭୁଜାଲି ମାଡ ଘଟଣାରେ ଜଣେ ଗିରଫ
ଯୋଡ଼ା (ଯୁଗାଦ୍ଦ) : ସହରର ବାଚୁ ହଟିଂଠାରେ ଗତ ଶୁକ୍ରବାର ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହୋଇଥିବା ଭୁଜାଲି ମାଡ ଘଟଣାରେ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗତ ତା ୦୬/୦୩/୨୦୨୦ରିଖରେ ଯୋଡା ସହରର ବାଚୁ ହଟିଂଠାରେ ରହୁଥିବା ନରସିଂ ମୁଣ୍ଡା ଓ ଚତୁର୍ଭୂଜ ନାଏକ ଙ୍କୁ , ସେହି ହଟିଂର ଦୁଇ ଭାଇ ଅଭିଯୁକ୍ତ ନେପାଲ ତନ୍ତି ଓ ଜିଶୁ ତନ୍ତି ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସେମାନଙ୍କୁ ଭୁଜାଲି ଓ ଠେଙ୍ଗାରେ ମାଡ ମାରି ରକ୍ତାତ କରିଦେଇଥିଲେ । ଯୋଡା ପୋଲିସ ଅଭିଯୁ୍କ୍ତ ନେପାଳ ତନ୍ତି କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଥିଲା । ପୋଲିସ କେଶ୍ ନଂ ୫୧/୨୦୨୦, ଦଫା ୪୫୨, ୨୯୪, ୩୨୩, ୩୨୪, ୩୨୬, ୩୦୭, ୫୦୬, ୩୪ ଆଇପିସି ରୁଜୁ କରି ଗୁରୁବାର ଅଭିଯୁକ୍ତ ନେପାଳ ତନ୍ତିକୁ କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ଦୁଇ ଭାଇ ବିଭିନ୍ନ ଅପରାଧିକ ମାମଲାରେ ଜଡିତ ଥିବା ଯୋଡା ଥାନା ଅଧିକାରୀ ରାଇସେନ୍ ମୁର୍ମୁ ପ୍ରକାଶ କରିଛନ୍ତି ।


