ଭୁବନେଶ୍ଵର ସାଂସଦ ଙ୍କ କୋଣାର୍କ ଗ୍ରସ୍ତ ପରେ ବିଜେପି ରେ ଗୋଷ୍ଠୀ କନ୍ଦଳ
ନିମାପଡ଼ା, (ସନ୍ତୋଷ ଦାଶ) :-ଭୁବନେଶ୍ଵର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ଗତ ୧୪ତାରିଖ ରେ ପୁରୀ ଜିଲ୍ଲା ର କୋଣାର୍କ ଗ୍ରସ୍ତ କରି ସେଠାରେ କୋଣାର୍କ ସୁରକ୍ଷା ପରିଷଦ ପକ୍ଷରୁ ଆୟୋଜିତ ଏକ ବୈଠକ ରେ ଯୋଗଦାନ କରିଥିଲେ । ଶ୍ରୀମତୀ ଷଡ଼ଙ୍ଗୀ ଙ୍କୁ ଯିବା ବାଟରେ ନିମାପଡା, ଗୋପ ପ୍ରଭୃତି ସ୍ଥାନ ରେ ବିପୁଳ ସମ୍ବର୍ଧନା ଦିଆଯାଇଥିଲା । ତାଙ୍କ ସହିତ ପୂର୍ବତନ ବିଜେପି ରାଜ୍ୟ ସଂଯୋଜକ ପ୍ରଶାନ୍ତ ସ୍ଵାଇଁ ଉକ୍ତ ଶୋଭାଯାତ୍ରା ଓ କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ । ଶ୍ରୀ ମତୀ ଷଡଙ୍ଗୀ ଙ୍କ କାର୍ଯ୍ୟକ୍ରମ ପରେ ଜିଲ୍ଳା ବିଜେପି ଦଳ ରେ ଗୋଷ୍ଠୀ କନ୍ଦଳ ଦେଖାଦେଇଛି । ବିଜେପି ନେତା ପ୍ରଶାନ୍ତ ସ୍ଵାଇଁ ଙ୍କୁ ପୁରୀ ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ ଦଳରୁନିଲମ୍ବିତ କରିବାସହ ବିଜେପି ଦଳ ପ୍ରାଥମିକ ସଭ୍ୟ ପଦରୁ ମଧ୍ୟ ବହିଷ୍କାର କରିବାକୁ ରାଜ୍ୟ ସଭାପତି ଙ୍କୁ ସୁପାରିସ କରିଥିବା ବିଷୟ ସୋସିଆଲ ମିଡିଆରେ ପ୍ରଚାର ହୋଇଛି। ଜିଲ୍ଲା ସଭାପତି ଙ୍କ ଏହି କାର୍ଯ୍ୟ କୁ ଶ୍ରୀ ସ୍ଵାଇଁ ନିମାପଡା ଠାରେ ଏକ ସାମ୍ୱାଦିକ ସମ୍ମିଳନୀ ଡ଼ାକି ତୀବ୍ର ନିନ୍ଦା କରିବା ସହିତ ବିନା ନୋଟିସ ରେ ତାଙ୍କୁ କେହି ନିଲମ୍ବନ କରି ପାରିବେନି ବୋଲି ପ୍ରକାଶ କରିଛନ୍ତି । ଜିଲ୍ଲା ବିଜେପି ସଭାପତି ଙ୍କ ଘୋଷଣା କୁ କୋଣାର୍କ ସୁରକ୍ଷା ପରିଷଦ ର ମୁଖ୍ୟ ଉପଦେଷ୍ଟା ସାମ୍ୱାଦିକ ଅକ୍ଷୟ ନାୟକ ଘୋର ନିନ୍ଦା କରିଛନ୍ତି।ଏହି ଘଟଣା ପରେ ବିଜେପି ଦଳ ରେ ଗୋଷ୍ଠୀ କନ୍ଦଳ ଦେଖାଦେଇଥିବା ସ୍ପଷ୍ଟ ହୋଇଛି ।


