ପ୍ରତିଭା ବିକାଶ ଟ୍ରଷ୍ଟ ପକ୍ଷରୁ ବୃକ୍ଷଚାରା ବଣ୍ଟନ

ବାଲେଶ୍ୱର, (ସରୋଜ ପଣ୍ଡା) :-ବାଳେଶ୍ୱର ପ୍ରତିଭା ବିକାଶ ଟ୍ରଷ୍ଟ ପକ୍ଷରୁ ବାଲିଆ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଛାତ୍ରଛାତ୍ରୀଙ୍କୁ ବୃକ୍ଷଚାରା ବଣ୍ଟନ କରାଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଟ୍ରଷ୍ଟର ସଭାପତି ବରିଷ୍ଠ ଆଇନଜୀବୀ ହରେକୃଷ୍ଣ ଦାଶ, ଉପ-ସଭାପତି ରଘୁନାଥ ପ୍ରଧାନ, ସାଧାରଣ ସମ୍ପାଦକ ଉପେନ୍ଦ୍ର ନାଥ ପାତ୍ର ପ୍ରମୁଖ ଯୋଗଦେଇ ପରିବେଶ ସୁରକ୍ଷା ଓ ବାୟୁମଣ୍ଡଳରେ ଅମ୍ଳଜାନ ସ୍ତରବୃଦ୍ଧି ପାଇଁ ବୃକ୍ଷରୋପଣର ଆବଶ୍ୟକତା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ । ସାମ୍ପ୍ରତିକ ସ୍ଥିତିରେ ବାୟୁମଣ୍ଡଳରେ ବଢ଼ୁଥିବା ପ୍ରଦୂଷଣ ମାତ୍ରା ସମଗ୍ର ବିଶ୍ୱ ପାଇଁ ମୁଖ୍ୟ ସମସ୍ୟା ହୋଇଥିବା ବେଳେ ଏହାର ପ୍ରତିକାର ନିମନ୍ତେ ବୃକ୍ଷରୋପଣର ଆବଶ୍ୟକତା ହୋଇଛି । ଏନେଇ ପ୍ରତ୍ୟେକ ମହଲରୁ ଉଦ୍ୟମ ପାଇଁ ସେମାନେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ବୃକ୍ଷଚାରା ବଣ୍ଟନ କରାଯାଇଥିଲା । ସଞ୍ଜୀବ କୁମାର ନାୟକ, କିଶୋର ଦାସ, ଭାବଗ୍ରାହୀ ମହାନ୍ତି, ଆଶିଷ ସାହୁ, ସଙ୍ଘମିତ୍ରା ମହାନ୍ତି, ସିପ୍ରାରେଖା ମହାପାତ୍ର, ମନ୍ଦନା ବିଶ୍ୱାଳ, କୁମାର କାଶ୍ୟପ ପ୍ରମୁଖ ଟ୍ରଷ୍ଟର କର୍ମକର୍ତ୍ତା ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଧୀର କୁମାର ମହାନ୍ତି, ସହ-ପ୍ରଧାନ ଶିକ୍ଷକ ନୀଳିମା ଦେଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ଏଥିରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ