ଭୁବନେଶ୍ୱରରେ ପୁଣି ୫୨ ପଜିଟିଭ

ଭୁବନେଶ୍ୱର: ଭୁବନେଶ୍ୱର ସହରରେ ଆଉ ୫୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତନ୍ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୩୪ ଜଣ ଚିହ୍ନଟ ହୋଇଥିବାବେଳେ ୧୮ ଜଣ ଲୋକାଲ କେସ ବୋଲି ଜଣାଯାଇଛି । ଆଜି ଚିହ୍ନଟ ୫୨ଜଣଙ୍କୁ ମିଶାଇ ଭୁବନେଶ୍ୱରରେ ମୋଟ ପଜିଟିଭ ସଂଖ୍ୟା ୧୧୮୨କୁ ବୃଦ୍ଧି ପାଇଛି । ଅନ୍ୟପକ୍ଷରେ ୫୨୩ ଜଣ ସୁସ୍ଥ ଓ ୧୧ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଆକ୍ଟିଭ କେସ ୬୪୬ ଥିବା ଜଣାଯାଇଛି । ନୟାପଲ୍ଲୀ, ରସୁଲଗଡ଼, ଅଶୋକନଗର, ହଳଦୀପଡ଼ା ବସ୍ତି, ଡୁମୁଡୁମା, ୟୁନିଟ-୮, ଜାଗମରା, ଘାଟିକିଆ, ଆଇଆରସି ଭିଲେଜରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏକ ଘରୋଇ ହସ୍ପିଟାଲର ଜଣେ ଛାତ୍ରୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏହାଛଡ଼ା ଚନ୍ଦ୍ରଶେଖରପୁରରୁ ୩, ରବି ଟକିଜ ଓ ବଡ଼ଗଡ଼ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଶୈଳଶ୍ରୀ ବିହାର, ସାମନ୍ତରାପୁର ଓ ଚିନ୍ତାମଣିଶ୍ୱରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ପ୍ରକାଶ ଯେ, ରାଜ୍ୟରୁ ଆଜି ଆଉ ୭୩୬ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରବିବାର ରାଜ୍ୟର ୨୫ଟି ଜିଲାରୁ ଚିହ୍ନଟ ୭୩୬ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭ ହଜାର ଟପିଛି। ଆଜି ଚିହ୍ନଟ ୭୩୬ ଆକ୍ରାନ୍ତଙ୍କ ମଧ୍ୟରୁ ୪୮୧ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ରହିଥିବା ବେଳେ ୨୫୫ ଜଣ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ