ଭୁଲ୍‌ରେ ଏସବୁ ସ୍ଥାନରେ କରନ୍ତୁନି ପ୍ରେମ ନିବେଦନ

ନିଜ ପ୍ରେମିକାଙ୍କୁ ପ୍ରପୋଜ୍‌ କରିବା ଜୀବନର ସବୁଠାରୁ ଏକ ନିଆରା ମୁହୂର୍ତ୍ତ। ଭାଲେଣ୍ଟାଇନ୍‌ ଡେ’ରେ ପ୍ରପୋଜ୍‌ କରିବା ଆହୁରି ଖୁସି କରିଦେବ। ପ୍ରପୋଜ୍‌ କରିବା ସମୟରେ ସେମାନେ ସଫଳ ହେବେ କି ନାହିଁ, ତାହା ଭାବି ଅନେକେ ଚିନ୍ତାରେ ପଡ଼ିଯାଆନ୍ତି। ତେବେ ଭାଲେଣ୍ଟାଇନ୍‌ ଡେ’ ଅବସରରେ ଏଭଳି ସ୍ଥାନରେ କେବେ ବି ପ୍ରପୋଜ୍‌ କରନ୍ତୁ ନାହିଁ। ସମସ୍ତେ ଚାହାନ୍ତି ତାଙ୍କ ଜୀବନର ପ୍ରଥମ ପ୍ରପୋଜ ସବୁଠାରୁ ସୁନ୍ଦର ଓ ସ୍ମରଣୀୟ ହୋଇ ରହିଯାଉ। ତେଣୁ ଆପଣ ଯଦି ପ୍ରଥମ ଥର ଲାଗି କାହାକୁ ପ୍ରପୋଜ୍‌ କରୁଛନ୍ତି, ତେବେ ଏହାକୁ ସ୍ମରଣୀୟ କରିବା ଲାଗି ଚେଷ୍ଟା କରନ୍ତୁ। ଅନେକ ଲୋକେ ପ୍ରପୋଜ୍‌ କରିବା ସମୟରେ ଏମିତି କିଛି ଭୁଲ୍‌ କରି ଦିଅନ୍ତି, ଯାହା ଭାଲେଣ୍ଟାଇନ୍‌ ଡେ’କୁ ସ୍ମରଣୀୟ କରିଦେବ।
ସୋସାଲ ମିଡିଆ : ଆଧୁନିକ ଜୀବନରେ ସୋସାଲ ମିଡିଆରେ କିଛି ଶେୟାର ନ କଲେ ଯୁବପିଢ଼ିଙ୍କ ଦିନ ଆରମ୍ଭ କିମ୍ବା ଶେଷ ହେଉ ନାହିଁ। ଏବେ ନିଜର ବ୍ୟକ୍ତିଗତ ଜୀବନରେ ଘଟୁଥିବା ଘଟଣାକୁ ସୋସାଲ ମିଡିଆରେ ଶେୟାର କରିବା ଟ୍ରେଣ୍ଡରେ ରହିଛି। ତେଣୁ କେତେକ ଲୋକେ ପ୍ରେମିକାଙ୍କୁ ପ୍ରପୋଜ୍‌ କରିବା ଲାଗି ସୋସାଲ ମିଡିଆର ସାହାଯ୍ୟ ନେଉଛନ୍ତି। ଆପଣ ବି ଯଦି ସୋସାଲ ମିଡିଆରେ ପ୍ରପୋଜ୍‌ କରିବାକୁ ଚିନ୍ତା କରୁଛନ୍ତି, ତେବେ ରହି ଯାଆନ୍ତୁ। ସୋସାଲ ମିଡିଆରେ ପ୍ରପୋଜ୍‌ କରିବା ଅପେକ୍ଷା ପାର୍ଟନରଙ୍କୁ କୌଣସି ରୋମାଣ୍ଟିକ୍‌ ସ୍ଥାନକୁ ନେଇ ପ୍ରେମ ନିବେଦନ କରନ୍ତୁ।
ମଲ୍‌ : ଅନେକ ଲୋକେ ମଲ୍‌ରେ ନିଜ ପ୍ରେମିକାଙ୍କୁ ପ୍ରେମ ନିବେଦନ କରନ୍ତି। କାରଣ କେତେକ ଲୋକ ସମସ୍ତଙ୍କ ସମ୍ମୁଖରେ ପ୍ରେମ ନିବେଦନ କରିବାକୁ ନିଜର ସାହସିକତା ବୋଲି ଭାବନ୍ତି। କିନ୍ତୁ ପ୍ରପୋଜ୍‌ କରିବା ଲାଗି ଏହା ସବୁଠାରୁ ଖରାପ ଆଇଡିଆ। ତେଣୁ ଏ ସମ୍ପର୍କରେ ପୁଣି ଥରେ ଚିନ୍ତା କରନ୍ତୁ। ମଲ୍‌ରେ ଲୋକଙ୍କ ଭିଡ଼ ଭିତରେ ପ୍ରେମିକାଙ୍କୁ ପ୍ରପୋଜ୍‌ କରିବା ଫଳରେ ଆପଣଙ୍କ ପ୍ରେମିକାଙ୍କ ଧ୍ୟାନ ଆପଣଙ୍କ ଅପେକ୍ଷା ଅନ୍ୟମାନଙ୍କ ଉପରେ ଅଧିକ ରହିବ। ଆପଣଙ୍କ ଭାବନାକୁ ସେ ଠିକ୍‌ ଭାବେ ବୁଝି ପାରିବେ ନାହିଁ।
କାର୍‌ : ଆପଣ ଯାହାକୁ ପ୍ରେମ କରୁଛନ୍ତି, ତାଙ୍କୁ କାର୍‌ରେ ପ୍ରେମ ନିବେଦନ କରିବା ସବୁଠାରୁ ଖରାପ ଯୋଜନା। କୌଣସି ଖାସ୍‌ ମଣିଷକୁ ଆପଣଙ୍କ ଜୀବନର ଅଂଶବିଶେଷ ଭାବେ ପରିଣତ କରିବାର ଆରମ୍ଭ ମଧ୍ୟ ସ୍ବତନ୍ତ୍ର ହେବା ଉଚିତ। ଯାହାଫଳରେ ଏହା ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିଯିବ। କାର୍‌ରେ ପ୍ରପୋଜ୍‌ କରିବା ଫଳରେ ପାର୍ଟନର ଭାବିବେ ଆପଣ ତାଙ୍କ ପାଇଁ ସମ୍ପୂର୍ଣ୍ଣ ଭାବେ ସମର୍ପିତ ନୁହନ୍ତି। ତେଣୁ ପାର୍ଟନରଙ୍କୁ ସ୍ପେସାଲ ଅନୁଭବ କରାଇବା ଲାଗି ଆପଣ କୌଣସି ପ୍ରସ୍ତୁତି କରି ନାହାନ୍ତି। ଏହାଫଳରେ ଆପଣଙ୍କ ପ୍ରପୋଜାଲ ରିଜେକ୍ଟ ହୋଇପାରେ।
ସିନେମା ହଲ୍‌ : ଅନେକ ଲୋକେ ନିଜ ଡେଟ୍‌କୁ ରୋମାଣ୍ଟିକ୍‌ କରିବା ଲାଗି ସିନେମା ହଲ୍‌ ଯାଇଥାନ୍ତି। କିନ୍ତୁ ଥିଏଟରରେ ପ୍ରେମିକାଙ୍କୁ ପ୍ରେମ ନିବେଦନ କରିବା ସବୁଠାରୁ ଖରାପ ଆଇଡିଆ। ଥିଏଟର ଅନ୍ଧାର ହୋଇଥିବାରୁ ଏହା ରୋମାଣ୍ଟିକ୍‌ ହୋଇ ନ ଥାଏ। ଥିଏଟରରେ ଲୋକଙ୍କ ଗହଳି ଭିତରେ ଆପଣଙ୍କ ଡେଟ୍‌ ଖରାପ ହୋଇପାରେ। ନିଜ ଭାଲେଣ୍ଟାଇନ୍‌ ଡେ’କୁ ସ୍ମରଣୀୟ କରିବା ଲାଗି କୌଣସି ରୋମାଣ୍ଟିକ୍‌ ସ୍ଥାନକୁ ଯିବାକୁ ଯୋଜନା କରନ୍ତୁ।
ସାର୍ବଜନୀନ ସ୍ଥାନ : ଆପଣ ଯେତେବେଳେ କାହାକୁ ପ୍ରପୋଜ୍‌ କରୁଛନ୍ତି, ଏହା ଆପଣଙ୍କ ସହିତ ଆପଣଙ୍କ ପାର୍ଟନରଙ୍କ ପାଇଁ ମଧ୍ୟ ଏକ ସ୍ପେସାଲ ମୁହୂର୍ତ୍ତ ଅଟେ। ଆପଣ ପାର୍ଟନରଙ୍କୁ ହୃଦୟରୁ ଯେତେ ବି ଭଲ ପାଇଲେ ଓ ଦୁନିଆକୁ ଜଣାଇବାକୁ ଚାହୁଥିଲେ ମଧ୍ୟ ନିଜ ଭାବନାକୁ ନିୟନ୍ତ୍ରଣ କରନ୍ତୁ। ସାର୍ବଜନୀନ ସ୍ଥାନରେ କେବେ ବି ପ୍ରେମ ନିବେଦନ କରନ୍ତୁ ନାହିଁ। କାରଣ ଆପଣଙ୍କ ସାଥୀ ପବ୍ଲିକ୍‌ ପ୍ଲେସ୍‌ରେ ନିଜକୁ କମ୍ଫର୍ଟେବଲ ଅନୁଭବ କରି ନ ପାରନ୍ତି। ଯାହାଫଳରେ ଆପଣଙ୍କ ପ୍ରପୋଜକୁ ସେ ରିଜେକ୍ଟ କରିପାରନ୍ତି।
ପାର୍ଟି : ଭାଲେଣ୍ଟାଇନ୍‌ ଡେ’ ଅବସରରେ ଅନେକ ଲୋକେ ପାର୍ଟି କରିଥାନ୍ତି। ଆପଣଙ୍କ ବନ୍ଧୁ ବି କୌଣସି ପାର୍ଟି ଆୟୋଜନ କଲେ ଆପଣ ଦୁହିଁଙ୍କୁ ନିମନ୍ତ୍ରଣ କରିପାରନ୍ତି। ଅନ୍ୟଜଣକ ପାର୍ଟିରେ ନିଜ ପ୍ରେମିକାଙ୍କୁ ପ୍ରପୋଜ୍‌ କରନ୍ତୁ ନାହିଁ। ଏପରି କଲେ ଆପଣଙ୍କ ପ୍ରପୋଜାଲ ରିଜେକ୍ଟ ହୋଇପାରେ। ଭାଲେଣ୍ଟାଇନ୍‌ ଡେ’କୁ ସ୍ପେସାଲ କରିବା ପାଇଁ ପାର୍ଟନରଙ୍କ ପାଇଁ ନିଜେ ସର୍‌ପ୍ରାଇଜ୍‌ ପ୍ଲାନ୍‌ କରି ପ୍ରେମ ନିବେଦନ କରନ୍ତୁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ