ଭୂତ କରନ୍ତି ରୋଗ ଚିକିତ୍ସା

ଜଣେ ଲୋକ ଅସୁସ୍ଥ ହେଲେ ବା ବେମାର ପଡ଼ିଲେ ଡାକ୍ତରମାନେ ତାର ଚିକିତ୍ସା କରୁଥିବା ଆମେ ଜାଣିଛେ । ହେଲେ ଆମ ଦେଶରେ ଏପରି ଏକ ସ୍ଥାନ ଅଛି ଯେଉଁଠାରେ ଅସୁସ୍ଥ ତଥା ରୋଗୀ ବ୍ୟକ୍ତିଙ୍କ ଚିକିତ୍ସା ଡାକ୍ତର ନୁହେଁ ବରଂ କରିଥାନ୍ତି ଭୂତ-ପ୍ରେତ । ଉତ୍ତର ପ୍ରଦେଶର ଗୋରଖପୁରରେ ରାୟଗଞ୍ଜ ନାମକ ଏପରି ଏକ ଗାଁରେ ଡାକ୍ତରଖାନା ରହିଛି । ଯେଉଁଠାରେ ରୋଗୀଙ୍କ ଚିକିତ୍ସା ଭୂତ-ପ୍ରେତ କରନ୍ତି, ତାହା ପୁଣି ବିନା ଔଷଧରେ ।ଏଠାକୁ ଚିକିତ୍ସିତ ହେବାପାଇଁ ଯେଉଁ ରୋଗୀ ଆସନ୍ତି ସେମାନଙ୍କୁ ଡାକ୍ତରଖାନା ବାହାରେ ଜମା ହୋଇଥିବା ଅଳିଆ ଅବର୍ଜନା ଗଦାରେ ଡେଇଁବାକୁ ପଡିଥାଏ । କୁହାଯାଏ ଯେ, ଏହି ଅଳିଆ ଅବର୍ଜନା ଭିତରେ ଭୂତ-ପ୍ରେତ ରୁହନ୍ତି, ଯେଉଁମାନେ ରୋଗୀଙ୍କ ଚିକିତ୍ସା କରିଥାନ୍ତି । ଏଠାରେ ତାନ୍ତ୍ରିକମାନଙ୍କର ସଂଖ୍ୟା ବେଶ ଅଧିକ । ସେମାନଙ୍କ ନିକଟରେ ଏକ ଯାଦୁ ବାଡି ଥିଲାବେଳେ ଏହି ବାଡିରେ ସେମାନେ ରୋଗୀଙ୍କୁ ପିଟିଥାନ୍ତି । ତେବେ ଏହି ଅନ୍ଧବିଶ୍ୱାସକୁ ଲୋକେ ସହଜରେ ଗ୍ରହଣ କରୁଥିବା ଦେଖିବାକୁ ମିଳୁଥାଏ । ବିଶେଷକରି ଏଠାରେ ଭୂତ-ପ୍ରେତ, ଡରିବା କାରଣରୁ ହୋଇଥିବା ବିଭିନ୍ନ ସମସ୍ୟାର ସମାଧାନ କରାଯାଇଥାଏ । ପ୍ରତ୍ୟହ ଏଠାରେ ସଂଖ୍ୟାଧିକ ଲୋକଙ୍କର ଭିଡ଼ ଦେଖିବାକୁ ମିଳେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ