ବିବାହ ପରମ୍ପରାର ବୈଜ୍ଞାନିକ ରହସ୍ୟ
ଭାରତୀୟ ବିବାହ ଉତ୍ସବରେ ଅନେକ ରୀତିନୀତି ପାଳନ କରାଯାଏ । କିଛି ଲୋକ ଏହାକୁ ଅନ୍ଧବିଶ୍ୱାସ ବୋଲି କହିଥାନ୍ତି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେଯେ ଏହା ମଧ୍ୟରୁ କିଛି ରୀତି ନୀତିର ବି ବୈଜ୍ଞାନିକ କାରଣ ରହିଛି । ଏହି ରୀତି ନୀତିକୁ ନେଇ ବୈଜ୍ଞାନିକମାନଙ୍କର ମତ ହେଲାଯେ ଏହାକୁ ପାଳନ କରିବା ଦ୍ୱାରା ଶରୀର , ମସ୍ତିଷ୍କ ଓ ଆତ୍ମା ମଧ୍ୟରେ ପବିତ୍ର ସମ୍ବନ୍ଧ ସ୍ଥାପନା ହୋଇପାରିଥାଏ ।
ମେହେନ୍ଦି : ମେହେନ୍ଦିରେ ଶାନ୍ତିପ୍ରଦାନକାରୀ ଗୁଣ ଓ ଆପ୍ଟିସେଟିକ୍ ଗୁଣ ରହିଛି । ଯାହାକି ଉଭୟ ବର ଓ କନ୍ୟାକୁ ଦୁଶ୍ଚିନ୍ତା, ମୁଣ୍ଡବିନ୍ଧା ଓ ଜ୍ୱରରୁ ଆରାମ ଦେଇଥାଏ । ଏହା ଅନେକ ପ୍ରକାରର ଭାଇରାଲ ଓ ଫଙ୍ଗାଲ ଇନ୍ଫେକ୍ସନ୍ରୁ ରକ୍ଷା କରେ ।
ହଳଦୀ : ପାରମ୍ପରିକ ଭାବେ ହଳଦୀର ଉପଯୋଗ କରି ବର ବଧୂଙ୍କ ରୂପରେ ଗୋରାପଣ ଅଣାଯାଏ । ଏହାପଛରେ ଆଉ ଏକ ପାରମ୍ପରିକ କାରଣ ହେଲା ବରବଧୂଙ୍କୁ କୁନଜରରୁ ବଞ୍ଚାଇବା । ବୈଜ୍ଞାନିକ କାରଣ କଥା ଦେଖିବାକୁ ଗଲେ ହଳଦୀକୁ ଚମତ୍କାରୀ ଜଡ଼ିବୁଟି ବୋଲି କୁହାଯାଇଥାଏ, କାରଣ ଏହାମଧ୍ୟରେ ବହୁତ ଔଷଧିୟ ଗୁଣ ରହିଛି । ଏହି ପରମ୍ପରାରେ ଶରୀରକୁ ପୁରାପୁରୀ ଭାବେ ଔଷଧିୟ ପ୍ରକ୍ରିୟା ମିଳିଥାଏ । ହଳଦୀ ତ୍ୱଚାର ବ୍ୟାକ୍ଟେରିଆକୁ ନଷ୍ଟ କରିଦିଏ ।
ଚୁଡ଼ି : ଏହି ସମୟରେ ହାତରେ ଚୁଡ଼ି କହୁଣି ପାଖାପାଖି ପିନ୍ଧାଯାଏ, ଯାହାକି କହୁଣୀ ଠାରୁ ବଳାଗଣ୍ଠି ପର୍ଯ୍ୟନ୍ତ ରହିଥାଏ । ଆମର ହାତରେ ଅନେକ ଆକ୍ୟୁପ୍ରେଶର ପଏଣ୍ଟ ରହିଛି । ଚୁଡ଼ି ପିନ୍ଧିବା ଦ୍ୱାରା ଏହି ପଏଣ୍ଟ ଉପରେ ଚାପ ପଡ଼େ, ଯାହାକି ମହିଳାଙ୍କୁ ସୁସ୍ଥ ରଖିବାରେ ସହାୟକ ହୁଏ । ଏହାଛଡ଼ା ଚୁଡ଼ି ତ୍ୱଚା ମଧ୍ୟରେ ହେଉଥିବା ଘର୍ଷଣ ଦ୍ୱାରା ରକ୍ତ ପରିସଂଚରଣରେ ସୁଧାର ଆଣେ ।
ସିନ୍ଦୂର : ବିବାହିତା ମହିଳାଙ୍କ ପାଇଁର୍ ସିନ୍ଦୂର ସଧବାର ପ୍ରତୀକ ହେବା ସହିତ ଏହା ଅନେକ ପ୍ରକାରର ସ୍ୱାସ୍ଥ୍ୟ ହିତକାରୀ ମଧ୍ୟ । ଏହାମଧ୍ୟରେ ହଳଦୀ, ଚୁନା, କିଛି ଧାତୁ ଓ ପାରା ରହିଥାଏ । ଯେତେବେଳେ ବଧୂ ମଥାରେ ସିନ୍ଦୂର ଭରାଯାଏ, ଏଥିରେ ରହିଥିବା ପାରା ଶରୀରକୁ ଥଣ୍ଡା କରାଏ । ଏହାଦ୍ୱାରା ଶରୀରକୁ ଆରାମ ମିଳେ । ସିନ୍ଦୂର ପିନ୍ଧିବା ଦ୍ୱାରା ମହିଳାଙ୍କର ଯୌନ ଇଚ୍ଛା ବି ଉଦ୍ରେକ ହୁଏ । ଏହି କାରଣରୁ ବିଧବା ଓ କୁଆଁରୀ ଝିଅଙ୍କ ପାଇଁ ସିନ୍ଦୂର ମନା ହୋଇଥାଏ ।
ଗୋଡ଼ ମୁଦି: ଅନେକ ସଂସ୍କୃତିରେ ହିନ୍ଦୁ ନାରୀ ପାଦର ଦ୍ୱିତୀୟ ଆଙ୍ଗୁଳିରେ ଗୋଡ଼ ମୁଦି ପିନ୍ଧିବା ଅନିବାର୍ଯ୍ୟ କରାଯାଇଛି । ଏହାପଛରେ ରହିଛି ଦୁଇଟି ବୈଜ୍ଞାନିକ କାରଣ । ଏହାର କାରଣ ହେଲା ପାଦର ଦ୍ୱିତୀୟ ଆଙ୍ଗୁଳିରେ ଏକ ବିଶେଷ ଶିରା ରହିଛି, ଯାହାକି ଗର୍ଭାଶୟକୁ ଯୋଡ଼ିହୋଇ ହାର୍ଟ ପର୍ଯ୍ୟନ୍ତ ଯାଇଛି । ଗୋଡ଼ ମୁଦି ଗର୍ଭାଶୟକୁ ମଜବୁତ୍ କରାଇଥାଏ ତଥା ମାସିକ ଧର୍ମ ଚକ୍ରକୁବି ନିୟମିତ କରେ । କିନ୍ତୁ ଏହି ମୁଦି ରୂପାର ହୋଇଥିବା ଉଚିତ, ଯାହାକି ଧ୍ରୁବୀୟ ଉର୍ଜାକୁ ପୃଥବୀ ଠାରୁ ଆଣି ଶରୀରରେ ସ୍ଥାନାନ୍ତରୀତ କରେ ।
ଅଗ୍ନି ଭ୍ରମଣ: ବର ବଧୂ ଯେଉଁ ପବିତ୍ର ଅଗ୍ନିର ଚାରିପଟେ ବୁଲି ବିବାହର ସାକ୍ଷୀ ରଖନ୍ତି ତାହାର ମଧ୍ୟ ଏକ ବିଶେଷ ମହତ୍ୱ ରହିଛି । ଅଗ୍ନି ଆଖପାଖ ବାତାବରଣକୁ ଶୁଦ୍ଧ କରେ । ଏହା ନକରାତ୍ମକ ଉର୍ଜାକୁ ଦୂର କରାଇ ସକରାତ୍ମକକୁ ବ୍ୟାପକ କରାଏ । ଯେତେବେଳେ ବିଭିନ୍ନ ପ୍ରକାରର ଘଟକ, ଯେମିତିକି ବିଭିନ୍ନ ପ୍ରକାରର କାଠ, ଘିଅ, ଚାଉଳ ତଥା ଅନ୍ୟ ବସ୍ତୁକୁ ଅଗ୍ନିରେ ପକାଯାଏ ଏହା ଏକ ଶକ୍ତିଶାଳୀ ଶୁଦ୍ଧକାରକ ହୋଇଯାଏ । ଏହି ଶୁଦ୍ଧ ବାତାବରଣରେ ଯେଉଁ ଲୋକମାନେ ଉପସ୍ଥିତ ରୁହନ୍ତି ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ଏହାର ସୁପ୍ରଭାବ ପଡ଼େ । ବିଶେଷ କରି ସେହି ଲୋକଙ୍କ ଉପରେ ଯେଉଁମାନେ ଏହାର ଅତି ନିକଟରେ ଥାନ୍ତି


