ଭୂଦାନ ଗ୍ରହୀତା ସଂଘ ଅଧିବେଶନ
ବାଲେଶ୍ୱର,(ସରୋଜ ପଣ୍ଡା): ଭୂଦାନ ଗ୍ରହୀତା ସଂଘ, ଉତ୍ତର ଓଡ଼ିଶା ଶାଖାର ଏକ ସ୍ୱତନ୍ତ୍ର ଅଧିବେଶନ ସଭାପତି ଅବଦୁଲ ଗନି ହୁସେନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଭୂଦାନ ଗ୍ରହୀତାଙ୍କ ଜମିର ମାଲିକାନା ରେକର୍ଡ଼ ପ୍ରସ୍ତୁତିରେ ତହସିଲଦାର ମାନଙ୍କର କାଳକ୍ଷେପଣ ନୀତିକୁ ନେଇ ଉପସ୍ଥିତ ସଦସ୍ୟମାନେ କ୍ଷୋଭ ପ୍ରକାଶ କରିଥିଲେ । ଏ ବାବଦରେ ଜିଲାପାଳ ଓ ଓଡ଼ିଶା ରାଜସ୍ୱ ପରିଷଦଙ୍କ ଦୃଷ୍ଟି ଆକର୍ଷଣ ପାଇଁ କେତେକ ସଦସ୍ୟ ପ୍ରସ୍ତାବ ଉତ୍ଥାପନ କରିଥିଲେ । ତେବେ ସଂଗଠନକୁ ଆଗାମୀ ଦିନରେ ଅଧିକ କ୍ରିୟାଶୀଳ କରିବା ସହିତ ଆବଶ୍ୟକ ସ୍ଥଳେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ ପାଇଁ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ସଂଗଠନର ଉପଦେଷ୍ଟା ପଞ୍ଚାନନ ପରିଡ଼ା ଓ କିରିଟ କୋଟେଚା, ଉପସଭାପତି ଅରଜିତ ପଣ୍ଡା, ସମ୍ପାଦିକା ମାଳତି ମହାଳିକ, କୋଷାଧ୍ୟକ୍ଷ ନରେନ୍ଦ୍ର ମହାନ୍ନାଙ୍କ ସମେତ ମାନସ ପଟ୍ଟନାୟକ, କୁବେର ନାୟକ, ମନୋଜ କୁମାର ସାହୁ, ନାରାୟଣ ଚନ୍ଦ୍ର ଦାସ, ସଂଜୟ କୁମାର ସାମନ୍ତ ପ୍ରମୁଖଙ୍କ ସମେତ ବହୁ ସଦସ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ ।