‘ସ୍ୱାଧୀନତାର ଅମୃତ ମହୋତ୍ସବ’ଉପଲକ୍ଷେ ଦେଶାତ୍ମବୋଧକ କବିତା ପାଠ

ବାଲେଶ୍ୱର,(ସରୋଜ ପଣ୍ଡା):‘ସ୍ୱାଧୀନତାର ଅମୃତ ମହୋତ୍ସବ’ ଉପଲକ୍ଷେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ବାଲେଶ୍ୱରରେ ଦେଶାତ୍ମବୋଧକ କବିତା ପାଠ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସଦଭାବଦା ସଭାଗୃହରେ ଆୟୋଜିତ କାର୍ଯ୍ୟକ୍ରମକୁ ରାଜ୍ୟ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସଚିବ ଡ.ସୁରେଶ ଚନ୍ଦ୍ର ଦଳେଇ ଉଦଘାଟନ କରିଥିଲେ । ଭାଷା ସାହିତ୍ୟର ଅନ୍ୟତମ ଅଙ୍ଗ ଭାବେ କବିତା ସବୁବେଳେ ପାଠକଙ୍କ ଆଦୃତ ଲାଭ କରିଆସିଛି ବୋଲି ସେ କହିଥିଲେ । ରାଜ୍ୟ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଂଜନ କ୍‌ୁମାର ଦାସ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭାଷା ସାହିତ୍ୟ ସମୃଦ୍ଧିରେ କବିତାର ବୈଶିଷ୍ଟ ସମ୍ପର୍କରେ ଆଲୋଚନା କରିଥିଲେ । ବାଲେଶ୍ୱର ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସାରସ୍ୱତ ସାଧନା କ୍ଷେତ୍ରରେ ବାଲେଶ୍ୱର ମାଟିର ମହାନତା ସମ୍ପର୍କରେ ଆଲୋକପାତ କରିଥିଲେ । ଉଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟା ଡ. ଶୁଭଶ୍ରୀ ଲେଙ୍କାଙ୍କ ପୌରୋହିତ୍ୟରେ ଆୟୋଜିତ କବିତାପାଠ ଉତ୍ସବରେ ସହର ସମେତ ଜିଲାର ବହୁ ବିଶିଷ୍ଟ କବି ଯୋଗଦେଇ ସ୍ୱରଚିତ କବିତା ପାଠ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ