ଭୂବନେଶ୍ୱର ପରୀକ୍ଷା ଦେବାକୁ ଯାଉଥିବା ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡାର ଜଣେ ଯୁବତୀ ପରୀକ୍ଷା ଦେବାକୁ କଟକ ଲିଙ୍କ ରୋଡରେ ବସରୁ ଓହ୍ଲାଇ ଏକ ଅଟୋରିକ୍ସାରେ ଭୂବନେଶ୍ୱର ଯାଉଥିଲେ । ଅଟୋଚାଳକ ସେହି ଯୁବତୀଙ୍କୁ ଅନ୍ୟ ମହିଳା ଯାତ୍ରୀ ଓହ୍ଲାଇ ଯିବା ପରେ ଏକ ଜଙ୍ଗଲିଆ ରାସ୍ତାରେ ନେଇ ବାଟରେ ଗୋଡିସାହି ଫାଣ୍ଡି ଅନ୍ତର୍ଗତ ଗୋବିନ୍ଦପୁର ନିକଟରେ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ତେବେ ଯୁବତୀଙ୍କ ଚିତ୍କାର ଶୁଣି ସେହି ନିକଟରେ ଥିବା ୨ଜଣ ଗାଈ ଚରାଳି ଦୈାଡି ଆସି ଅଟୋ ଚାଳକଙ୍କୁ ଧରି ପୋଲିସକୁ ଖବର ଦେଇଥିଲେ । ଖବରପାଇ ଘଟଣାସ୍ଥଳରେ ବାରଙ୍ଗ ଥାନା ପୋଲିସ ପହଁଚି ଅଟୋ ଚାଳକକୁ ନେଇ ଥାନାରେ ଅଟକ ରଖି ପଚରାଉଚୁରା କରୁଥିବା ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ