ଭୂମିହୀନ ଶଙ୍କର ଭୋଇଙ୍କୁ ଜମି ପଟ୍ଟା ପ୍ରଦାନ

ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍):ନାଉଗାଁ ବ୍ଳକ ଅନ୍ତର୍ଗତ ଜାମୁଗାଁ ପଂଚାୟତ ନନ୍ଦିଗ୍ରାମର ଶଙ୍କର ଭୋଇଙ୍କୁ ମଙ୍ଗଳବାର ନାଉଗାଁ ତହସିଲ ପକ୍ଷରୁ ଜମି ପଟ୍ଟା ପ୍ରଦାନ କରାଯାଇଛି । ଏହି ପଟ୍ଟାଙ୍କୁ ତହସିଲଦାର ଜେ.କଳ୍ପନା ପ୍ରଦାନ କରିଛନ୍ତି । ପ୍ରକାଶ ଯୋଗ୍ୟ ଯେ ଶଙ୍କର ୧୯୭୦ ମସିହାରେ ଗାଁ ମୁଣ୍ଡରେ ଥିବା ଏକ ସରକାରୀ ଜାଗାରେ ଅସ୍ଥାୟୀ ଭାବେ ଘର କରି ରହିଥିଲା । ସରକାରଙ୍କ ସ୍ଥାୟୀ ବାସ ସ୍ଥାନ ପଟ୍ଟା ପାଇଁ ସେ ବାଲିକୁଦା ତହସିଲରେ ଆବେଦନ କରିଥିଲେ । ୨୫ ମେ ୨୦୦୮ରେ ତାଙ୍କୁ ୧୬୬୦/୨୨୬୦ ରେ ସ୍ଥାୟୀ ବାସସ୍ଥାନ କରିବା ପାଇଁ ଏକ ଜମି ପଟ୍ଟା ମିଳିଥିଲା । ପରେ ତାଙ୍କୁ ଇନ୍ଦିରାବାସ ମିଳିଥିବାରୁ ସେ ପାଇଥିବା ଜମିରେ ଗୃହ ନିର୍ମାଣ କରିବାରୁ ଗ୍ରାମବାସୀ ତାଙ୍କୁ ବିରୋଧ କରିଥିଲେ । ଶଙ୍କର ପାଇଥିବା ପଟ୍ଟା ସେହି ସ୍ଥାନ ନୁହେଁ ବୋଲି ଗ୍ରାମବାସୀ କହିଥିଲେ । ପରେ ସେ ବାଧ୍ୟ ହୋଇ ନାଉଗାଁ ତହସିଲ କାର୍ଯ୍ୟାଳୟରେ ଅଭିଯୋଗ ଜଣାଇଥିଲେ । ପରେ ସେ ପାଇଥିବା ଜମିପଟ୍ଟା ଏକ ଗହିର ମଝିରେ ଥିବା ଜଣା ପଡିଥିଲା । ପଟ୍ଟା ସଂଶୋଧନ କରିବା ପାଇଁ ଜୈନିକ କିରାଣି ଉକ୍ତ ପଟ୍ଟା ଉପରେ ଏକ କାଗଜ ପକାଇ ଦେଇ ୧୬୬୦ ପରିବର୍ତେ ୨୫୩ /୨୨୬୦ କରି ଦେଇଥିଲେ । ତାହା ବାସ୍ତବରେ ପଟ୍ଟା ସଂଶୋଧନ କରାଯାଇ ନଥିଲା । ନାଉଗାଁ ତହସିଲ ପକ୍ଷରୁ ପଟ୍ଟା ସଂଶୋଧନ ପାଇଁ ବାଲିକୁଦା ତହସିଲକୁ ତଥ୍ୟ ମଗାଯାଇଥିଲା । କିନ୍ତୁ ତଥ୍ୟ ଦେବାର ବିଳମ୍ବ କରିବାରୁ ଶଙ୍କର ପଟ୍ଟା ସଂଶୋଧନ ପାଇଁ ବାଲିକୁଦା ତହସିଲ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିଲେ । ପରେ ଏ ଦିଗରେ ପଦକ୍ଷେପ ଗ୍ରହଣ କରା ନଯିବାରୁ ୯ ଏପ୍ରିଲ ୨୦୧୮ରେ ସେ ଜିଲ୍ଲାପାଳଙ୍କ ଜନଶୁଣାଣିରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଜିଲ୍ଲପାଳଙ୍କ ନିର୍ଦ୍ଦେଶ କ୍ରମେ ତହସିଲଦାର ଜେ.କଳ୍ପନା ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ । ଏହାକୁ ଭିତି କରି ତହସିଲ ପକ୍ଷରୁ ପୁନର୍ବାର ଶଙ୍କରଙ୍କୁ ନୂତନ ପଟ୍ଟା ପ୍ଲଟ ନଂ ୨୫୩/୨୨୪୮ ପ୍ରଦାନ କରାଯାଇଛି । ଅନ୍ୟପଟରେ ନବ ନିର୍ମାଣ କୃଷକ ସଂଗଠନର ପଂଚାୟତ ସଭାପତି ଦିଲ୍ଲିପ କୁମାର ପାଢୀଙ୍କ ସହଯୋଗରେ ଶଙ୍କର ନିଜର ଜମିପଟ୍ଟା ପାଇଥିବାରୁ ସେ ଦିଲ୍ଲିପଙ୍କୁ କୃତଜ୍ଞତା ଜଣାଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ