ଭେଟରେନା କ୍ରିକେଟ, ଯୁବ ପରିଷଦ ବିଜୟୀ
ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍): ମଠ କପୁଣ୍ଡି ମିନି ଷ୍ଟାଡିୟମ ଠାରେ ଭେଟେରାନ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଏôତରେ ଆଞ୍ଚଳିକ ଯୁବ ପରିଷଦ ୫ଉଇକେଟରେ ବିଜୟୀ ହୋଇ ଚମ୍ପିୟନ ହୋଇଛି । ପ୍ରଥମେ ଟସ ଜିତି ଆର.ଭି.ସି.ଏ ନର୍ଥ ଜୋନ ବ୍ୟାଟିଂ କରିବାର ନିଷ୍ପତି ନେଇ ନିର୍ଦ୍ଧାରିତ ୨୦ଓଭରରେ ୯ଉଇକେଟ ହରାଇ ୧୪୬ରନ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ବିଶ୍ୱଜିତ ବେହେରା ସର୍ବାଧିକ ୬୨ରନ ସଂଗ୍ରହ କରିôତଲେ । ଏହାର ଜବାବରେ ଆଞ୍ଚଳିକ ଯୁବ ପରିଷଦ ୧୯.୧ଓଭରରେ ୫ଉଇକେଟ ହରାଇ ବିଜୟ ପାଇଁ ଆବଶ୍ୟକ ରନ ସଂଗ୍ରହ କରିନେଇଥିଲା । ଦଳପକ୍ଷରୁ ଗୁରୁପ୍ରସାଦ ଜେନା ସର୍ବାଧିକ ୩୭ରନ ସଂଗ୍ରହ କରିଥିଲେ । ଅମୀୟ ନାୟକ ଓ ପ୍ରଦୀପ ଜେନା ଅମ୍ପାୟାର ଭାବେ ଖେଳ ପରିଚାଳନା କରିଥିବାବେଳେ ମନମୋହନ ରାଉତ, ଆନନ୍ଦ ରାଉତ, ବଳରାମ ଜେନା, ଧବଳେଶ୍ୱର ପଟ୍ଟନାୟକ, ପଦ୍ମନାଭ ସାମଲ, ଚିତ୍ତରଞ୍ଜନ ପାତ୍ର, ଚିନ୍ମୟ ନାୟକ, ବଳରାମ ନାୟକଙ୍କ ସମେତ ବହୁ ପୁରାତନ କ୍ରିକେଟ ଖେଳାଳୀ ମାନେ ଏଥିରେ ଭାଗ ନେଇଥିଲେ ।