ଭୋକେସନାଲରେ ଟପର ବୈଶାଖୀଙ୍କୁ ସମ୍ବର୍ଦ୍ଧନା ଜଣାଇଲେ ଛାତ୍ର ବିଜେଡି ସଭାପତି

କେନ୍ଦ୍ରାପଡା : କେନ୍ଦ୍ରାପଡା ସହରର ଏକଣାଖଣ୍ଡି ଗ୍ରାମର ରତ୍ନାକର ଶତପଥୀ ଓ ଭାରତୀ ଶତପଥୀଙ୍କ ଝିଅ ବୈଶାଖୀ ଚଳିତ +୨ ଧନ୍ଦାମୂଳକ ଶିକ୍ଷା (ଭୋକେସନାଲ)ରେ ଟପର ହୋଇଥିବାରୁ ତାଙ୍କୁ ଜିଲ୍ଲା ଛାତ୍ର ବିଜେଡି ସଭାପତି ପ୍ରଦିପ କୁମାର ସାହୁ ଶନିବାର ତାଙ୍କ ଏକଣାଖଣ୍ଡିସ୍ଥିତ ବାସଭବନରେ ଭେଟି ଫୁଲତୋଡା,ପେନ ଓ ମିଷ୍ଟାନ୍ନ ପ୍ରଦାନ କରି ଶୁଭେଛା ଜଣାଇବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । ଜିଲ୍ଲା ଛାତ୍ର ବିଜେଡି ସଭାପତି ଶ୍ରୀ ସାହୁଙ୍କ ସମେତ ରାଜଶ୍ରୀ ଦାସ,ସ୍ମୃତିମୟୀ ସେନାପତି,ଦୀପକ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ