ସାଂସଦ ଅନୁଭବଙ୍କ ପକ୍ଷରୁ ଜିଲ୍ଲାରେ +୨ବାଣିଜ୍ୟରେ ଟପର ହୋଇଥିବା ରୂପାଲିଙ୍କୁ ସମ୍ବର୍ଦ୍ଧନା ଓ ଶୁଭେଛା

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲାରେ +୨ ବାଣିଜ୍ୟରେ ଟପର ହୋଇଥିବା କେନ୍ଦ୍ରାପଡା ଜୁନିଅର କଲେଜର ଛାତ୍ରୀ ରୁପାଲି ସାମଲ ୫୪୫ମାର୍କ (ଅର୍ତାତ ୯୦.୮ ପ୍ରତିଶତ)ରଖି ଜିଲ୍ଲା ଟପର ହୋଇଥିବାରୁ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ପକ୍ଷରୁ ତାଙ୍କୁ ଶନିବାର କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କାଙ୍କଦିଆ ଗ୍ରାମସ୍ଥିତ ବାସଭବନରେ ଏକ ରୂପା କଲମ,ଫୁଲତୋଡା ଓ ମିଷ୍ଟନ୍ନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯିବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରାଯାଇଛି । ରୁପାଲି ତାଙ୍କ ଜୀବନରେ ଆହୁରି ଆଗକୁ ଯାଇ ଉନ୍ନତି କରିବା ସହ ଜିଲ୍ଲାର ସ୍ୱାଭିମାନକୁ ବଜାୟ ରଖିବା ପାଇଁ ସାଂସଦ ଶ୍ରୀ ମହାନ୍ତି ଆଶାବ୍ୟକ୍ତ କରିଛନ୍ତି । ସାଂସଦଙ୍କ ପକ୍ଷରୁ ରାଜ୍ୟ ବିଜୁ କୃଷକ ଦଳର ସମ୍ପାଦକ ଉମାନାଥ ସାମନ୍ତରାୟ,ଜିଲ୍ଲା ଛାତ୍ର ବିଜେଡି ସଭାପତି ପ୍ରଦୀପ କୁମାର ସାହୁ,ଶ୍ରୀଧର ବେହେରା, ରାଜଶ୍ରୀ ଦାସ,ସ୍ମୃତିମୟୀ ସେନାପତି,ଦୀପକ ରଞ୍ଜନ ସାହୁ,କଂସାର ପଂଚାୟତର ପୂର୍ବତନ ସରପଂଚ ରବିନ୍ଦ୍ର ପଣ୍ଡା,ଗଣେଶ୍ୱର ନାୟକ,ପ୍ରଶାନ୍ତ ସାମଲ ପ୍ରମୁଖ ସାଂସଦଙ୍କ ପ୍ରଦତ ରୂପାପେନ ଓ ଫୁଲ ତୋଡା ପ୍ରଭୃତି ରୁପାଲିଙ୍କୁ ପ୍ରଦାନ କରିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ ରୁପାଲିଙ୍କ ବାପା ନିରଞ୍ଜନ ସାମଲ ଗତ ୨ବର୍ଷ ପୂର୍ବେ ପରଲୋକ ଗମନ କରିଥିବା ବେଳେ ତାଙ୍କ ମା’ବାସନ୍ତୀ ସାମଲ ଓ ଦୁଇ ଭାଇ ଭବାନୀ ସାମଲ ଏବଂ ଶ୍ରୀରାମ ସାମଲ ରାଜମିସ୍ତ୍ରୀ ଭାବରେ କାମକରି ପରିବାର ପ୍ରତିପୋଷଣ କରିଥାନ୍ତି ଓ ରୁପାଲିକୁ ପାଠ ପଢାଇବାରେ ସହଯୋଗ କରନ୍ତି । ତାଙ୍କୁ ତିନିମୁହାଣିସ୍ଥିତ ଆଇ.ପି.ଏ.ଟ୍ୟୁଟୋରିଆଲ ବିନା ଦେୟରେ କୋଚିଂ ଦେଉଥିବା ରୁପାଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ