ଭୋଗଡା ବିଦ୍ୟାଳୟରେ ପୋଷାକ ବଣ୍ଟନ ମେଳା

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ବ୍ଲକ ଅନ୍ତର୍ଗତ ଭୋଗଡା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ପୋଷାକ ବଣ୍ଟନ ମେଳାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଦର୍ଶନ ପ୍ରଧାନ ଅଧ୍ୟକ୍ଷତା କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବୁଗୁଡା ଏବିଇଓ ଅମିତା ପାଢ଼ୀ, ମୁଖ୍ୟ ବକ୍ତା ଭାବେ ସିଆରସିସି ଶଶିକାନ୍ତ ପାତ୍ର, ଏବଂ ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରାଜକିଶୋର ପାଢ଼ୀ, ଏସଏମସି ସଭାନେତ୍ରୀ ସୂର୍ଯ୍ୟକାନ୍ତି ରାଉତ, ତାମ୍ବୀରି ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରତାପ ଚନ୍ଦ୍ର ଆରୁଖ ଓ ମଙ୍ଗରାଜପୁର ବିଦ୍ୟାଳୟ ସହକାରୀ ଶିକ୍ଷକ ନରେନ୍ଦ୍ର ନାୟକ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ପୋଷାକ ବଣ୍ଟନ କରିଥିଲେ। ସହକାରୀ ଶିକ୍ଷୟିତ୍ରୀ ସୁଜାତା ସାହୁ ପରିଚାଳନାରେ ସହଯୋଗ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ