ଭୋଜି ପ୍ଲେଟ କାରଖାନାରେ ଅଗ୍ନିକାଣ୍ଡ ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ଭୀମପୁର ଛକ ନିକଟରେ ଥିବା ଶିବ ପ୍ରସାଦ ସାହୁ ଙ୍କ ଭୋଜି ପ୍ଲେଟ କାରଖାନା ରେ ଗୁରୁବାର ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି। ସୂଚନା ପ୍ରକାରେ ଭୋଜି ପ୍ଲେଟ ପ୍ରସ୍ତୁତ ପାଇଁ ମେସିନ ଗୁଡ଼ିକ ଚାଲୁ ଥିବା ସମୟରେ ବିଦ୍ୟୁତ ସଟସର୍କିଟ ହୋଇ ନିଆଁ ଲାଗିଯାଇଥିଲା।ଖବର ପାଇ ଦିଗପହଣ୍ଡି ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲେ।ଏହି କାରଖାନା ରେ ଗଛିତ ଥିବା ଲକ୍ଷାଧିକ ଟଙ୍କାର କଞ୍ଚାମାଲ ଓ ଭୋଜି ପ୍ଲେଟ ପୋଡ଼ିଯିବା ସହ ୨ ଟି ମେସିନ ମଧ୍ୟ ପୋଡ଼ିଯାଇଥିବାରୁ ଏଥିରେ ବ୍ୟାପକ କ୍ଷତି ହୋଇଥିବା ଜଣାପଡିଛି।


