ଦିଗପହଣ୍ଡି ରେ ବିଜେଡି ପକ୍ଷରୁ ସଭା,ଶୋଭାଯାତ୍ରା ଓ ଗଣଧାରଣା
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଭାଜପା ନେତୃତ୍ଵାଧୀନ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ ଅନ୍ନ କଲ୍ୟାଣ ଯୋଜନାରେ ରାସନକାର୍ଡ ହିତାଧିକାରୀ ଙ୍କ ୫ କେ ଜି ଚାଉଳ କାଟ୍ ପ୍ରତିବାଦରେ ଗୁରୁବାର ସହରରେ ବିଜେଡ଼ି ପକ୍ଷରୁ ସଭା,ଶୋଭାଯାତ୍ରା ଓ ଗଣଧାରଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ସ୍ଥାନୀୟ ପାଣି ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ବିଭିନ୍ନ ପଞ୍ଚାୟତ ରୁ ଆସିଥିବା ଶତାଧିକ ଦଳୀୟ କର୍ମୀ ଓ ନେତୃବୃନ୍ଦ ଶୋଭାଯାତ୍ରା ରେ ବାହାରି ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ।ବିଜେଡ଼ି ଦିଗପହଣ୍ଡି ବ୍ଲକ କମିଟି ସମ୍ପାଦକ ପ୍ରଶାନ୍ତ କୁମାର ପ୍ରଧାନ ଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ଲକ କମିଟି ଉପସଭାପତି ଫନେନ୍ଦ୍ର ଚନ୍ଦ୍ର ଗୋସ୍ୱାମୀ ଅଧ୍ୟକ୍ଷତା କରିଥିଲେ।ଗଣଧାରଣା ସ୍ଥଳରେ ଦଳୀୟ ନେତୃବୃନ୍ଦ ଭାଜପା ନେତୃତ୍ଵାଧୀନ କେନ୍ଦ୍ର ସରକାରଙ୍କ ଚାଷୀ ଓ ଗରିବ ମାରଣ ନୀତି ବିରୋଧରେ ଗର୍ଜି ଥିଲେ। ବିଜେଡ଼ି ଗଞ୍ଜାମ ଜିଲା କମିଟି ଉପସଭାପତି ବି.କ୍ରିଷ୍ଣା ରାଓ ସୁବୁଦ୍ଧି, ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷା ସୁନିତା ସେଠୀ,ଉପାଧକ୍ଷା ସୁକାନ୍ତି ପ୍ରଧାନ, ଦିଗପହଣ୍ଡି ଏନ୍ ଏ ସି ର ପୂର୍ବତନ ଅଧ୍ୟକ୍ଷ ହୃଦୟ ରଞ୍ଜନ ମେକାପ, ଭି.ରବି ନାରାୟଣ ରାଜୁ, ବିଧାୟକ ପ୍ରତିନିଧି ତଥା ପୂର୍ବତନ କାଉନସିଲର ନିରୁପମା ପଟ୍ଟନାୟକ,ବିଜେଡ଼ି ନଗର କମିଟି ସଭାପତି ତାରା ପ୍ରସାଦ ପଟ୍ଟନାୟକ,ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ଯୁବ ବିଜେଡ଼ି ସଭାପତି ଏମ.ନିରଞ୍ଜନ ରେଡ୍ଡୀ, ବ୍ଲକ ନିର୍ବାଚିତ ପ୍ରତିନିଧି ସଂଘ ସଭାପତି ମନୋରଂଜନ ଗୌଡ଼, ସରପଞ୍ଚ ତଥା ଯୁବ ବିଜେଡ଼ି ବ୍ଲକ ସଭାପତି ରଞ୍ଜନ କୁମାର ସାହୁ, ବିଜୟ କୁମାର ପ୍ରଧାନ,ଗୀତାଞ୍ଜଳି ଜାନି, କୃଷ୍ଣଚନ୍ଦ୍ର ସେଠୀ, ରବିଚନ୍ଦ୍ର ଗୌଡ଼, ସଞ୍ଜୀବ ରେଡ୍ଡୀ, ଚିତ୍ରସେନ ଗୌଡ଼, ମହିଳା ବିଜେଡ଼ି ବ୍ଲକ ସଭାନେତ୍ରୀ ଉମା ମହେଶ୍ୱରୀ ସେଠୀ,ନଗର ମହିଳା ବିଜେଡ଼ି ସଭାନେତ୍ରୀ ଅନିତା ବେହେରା,ସରସ୍ୱତୀ ଗୌଡ଼, ରମେଶ ଚନ୍ଦ୍ର ପାଢ଼ୀ, ଦିଲ୍ଲୀପ କୁମାର ହୋତା,ମନୋଜ କୁମାର ପଟ୍ଟନାୟକ,ସୂର୍ଯ୍ୟନାରାୟଣ ସାହୁ ପ୍ରମୁଖ ବିଭିନ୍ନ ପଞ୍ଚାୟତ ର ସରପଞ୍ଚ,ସମିତି ସଭ୍ୟ,ପଞ୍ଚାୟତ ସ୍ତରୀୟ କାର୍ଯ କର୍ତ୍ତା ବୃନ୍ଦ ଉପସ୍ଥିତ ଥିଲେ।ଶେଷରେ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ତହସିଲଦାର ଏବଂ ବିଡ଼ିଓ ଙ୍କୁ ଦସ୍ତଖତ ସମ୍ବଳିତ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା


