ଭୋଟର ତାଲିକା ସଂଶୋଧନ ଏବଂ ସଂଯୋଗୀକରଣ ସଂପର୍କିତ ବୈଠକ 

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌): ସ୍ଥାନୀୟ ଜିଲ୍ଲପାଳଙ୍କ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର  ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି  ଏବଂ ସଂଯୋଗୀକରଣ ଓ ସଂଶୋଧନ ସଂପର୍କିତ  ବୈଠକ ଅନୁଷ୍ଠିତ ହୋଇଥିଲ।।  ଏଥିରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧୀ ଏବଂ ଗଣମାଧ୍ୟମର ପ୍ରତିନିଧୀ ମାନେ ଉପସ୍ଥିତ ଥିଲେ । ଆସନ୍ତା ୧.୧.୨୦୨୦ ସୁଦ୍ଧା ୧୮ବର୍ଷ କିମ୍ବା ତଦୂର୍ଦ୍ଧ୍ୱ ବ୍ୟକ୍ତିଙ୍କ ଭୋଟର  ତାଲିକା ସଂଯୋଗୀକରଣ, ଗୋଟିଏ  ପରିବାରର ସମସ୍ତ ଭୋଟରଙ୍କ ନାଁ ଗୋଟିଏ ଭୋଟ କେନ୍ଦ୍ରର ଭୋଟର ତାଲିକାରେ ରଖିବା ଉପରେ ଆଲୋଚନା ହୋଇଥିଲ।।  ତାସହିତ୍ ଚଳିତ ବର୍ଷ ସ୍ୱତନ୍ତ୍ର ଭାବେ ୩୦.୧୧.୨୦୧୯ ସୁଦ୍ଧା ଭୋଟର ତାଲିକା ଯାଞ୍ଚ କରାଯାଇ ଯେଉଁ ମାନଙ୍କ ଭୂଲ ଥିଲା ତାହାକୁ ମଧ୍ୟ ସଂଶୋଧନ କରାଯାଇଥିଲ।। ୧୬.୧୨.୨୦୧୯ ତାରିଖ ସୁଦ୍ଧା ଡ୍ରାଫ୍ଟ  ଭୋଟର ତାଲିକା ପ୍ରକାଶିତ ହେଲା । ୧୬.୧୨.୨୦୧୯ ଠାରୁ ୧୫.୦୧.୨୦୨୦ ପର୍ଯ୍ୟନ୍ତ ଯେଉଁ ମାନେ ଭୋଟର ତାଲିକାରେ ନାମ ସଂଯୋଗ  ଏବଂ ସଂଶୋଧନ କରିବା ନିମନ୍ତେ ତାରିଖ ଧାର୍ଯ୍ୟ ରହିଛି । ୨୭.୦୧.୨୦୨୦ ସୁଦ୍ଧା ଆପତ୍ତି ଅଭିଯୋଗ ଗ୍ରହଣ କରି ନାମ ଚୂଡାନ୍ତ  କରାଯିବ । ୪.୦୨.୨୦୨୦ତାରିଖରେ ଏହି ତାଲିକା କୁ ପ୍ରସ୍ତୁତ କରାଯିବ । ୭.୦୨.୨୦୨୦ ତାରିଖ ସଂପୂର୍ଣ୍ଣ ଭାବେ ଭୋଟର ତାଲିକା ପ୍ରକାଶିତ କରାଯିବ ।  ଏହି କାର୍ଯ୍ୟକ୍ରମକୁ  ଉପଜିଲ୍ଲପ।।ଳ, ବିିଡିଓ, ବିଏଲଓ, ଅଙ୍ଗନବାଡୀ ଏବଂ ସୁପରଭାଇଜର ମାନେ କାର୍ଯ୍ୟକରିବେ । ଯେପରି ଜଣେ ହେଲେ ଭୋଟର ଭୋଟର ତାଲିକାରୁ ବାଦ୍ ନପଡିବେ ତା ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଥିଲେ । ବିଏଲଓ ମାନେ ମୃତ , ସ୍ଥାନାନ୍ତର ଏବଂ ଏକାଧିକ ସ୍ଥାନରେ ଭୋଟ ତାଲିକାରେ ନାମଥିବା ବ୍ୟକ୍ତି ମାନଙ୍କ ନାମକୁ ବାଦ୍ ଦେବେ । ପ୍ରତି ବୁଥସ୍ତରରେ ରାଜନୈତିକ ଦଳ ମାନେ ବୁଥ ଲେବଲ ଏଜେଣ୍ଟ ଦେବେ ।  ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଡେପୁଟି କଲେକ୍ଟର (ନିର୍ବାଚନ) ଡଃ. ବିଜୟାନନ୍ଦ ସେଠୀ, ଆସିଷ୍ଟାଣ୍ଡ କଲେକ୍ଟର ବିକ୍ରମ କୁମାର ଦୋରା, ଲିଲନ ସାହୁ, ଭାରତୀୟ ଜନତା ପାର୍ଟିର କଣମଣା ମଣ୍ଡଳ ସଭାପତି ପଦ୍ମଚରଣ ସାହୁଙ୍କ ସମେତ ବହୁ ସାମ୍ବାଦିକ ଏବଂ  ବିଭାଗୀୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ