ଭୋଟର ତାଲିକା ସଂଶୋଧନ ପ୍ରକିୟା
ନାଉଗାଁ,(ଓ୍ବାଇଏନ୍ଏସ୍):ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ପରିଚାଳିତ ଭୋଟର ତାଲିକାରେ ନାମ ସଂଶୋଧନ, ଯୋଗ,ବାଦ୍ ଆଦି କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମ ନଭେମ୍ବର ୧୬ ରୁ ଆରମ୍ଭ ହୋଇଥିବା ବେଳେ ଡିସେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ଏହି ପରିପ୍ରେକ୍ଷୀରେ ନାଉଗାଁ ବ୍ଳକ ୧୬ଟି ପଂଚାୟତର ୭୬ଟି ମତଦାନ କେନ୍ଦ୍ରରେ ଏହି କାର୍ଯ୍ୟ ଚାଲୁଛି । ଏହି କାର୍ଯ୍ୟକୁ ପରିଚାଳନା କରିବା ପାଇଁ ଅଙ୍ଗନୱାଡି କର୍ମୀ ତଥା ବିଏଲଓ ମାନେ ନିୟୋଜିତ ଅଛନ୍ତି । ଉକ୍ତ କାର୍ଯ୍ୟକୁ ତଦାରଖ କରିବା ପାଇଁ ୮ଜଣ ସୁପରଭାଇଜର ନିଯୁକ୍ତି ହୋଇଥିବା ବଳେ ସଠିକ ତଦାରଖ ପାଇଁ ସହାୟକ ନିର୍ବାଚନ ଅଧିକାରୀ ଭାବେ ବିଡିଓ ରଶ୍ମିରେଖା ମଲ୍ଲିକ ରହିଛନ୍ତି । ମୁଖ୍ୟତଃ ଉକ୍ତ ସଂଶୋଧରେ ନାମ ସଂଶୋଧନ, ନୂତନ ନାମ ସଂଯୋଗ ଓ ନାମ ବାଦ୍ ମଧ୍ୟ କରାଯାଉଥିବା ଜିପିଓ ଦିନେଶ ରାୟ ପ୍ରକାଶ କରିଛନ୍ତି ।


