ଭୋଟ ଗଣତି ସମୟରେ ଗଣତିକେନ୍ଦ୍ର ପରିସରକୁ ମୋବାଇଲ ମନା

ଗଞ୍ଜାମ (ଯୁଗାଦ୍ଦ ନ୍ୟୁଜ) ଭୋଟ ଗଣତି ସମୟରେ ଗଣତିକେନ୍ଦ୍ର ପରିସରକୁ ମୋବାଇଲ ନେବା ପାଇଁ ସ°ପୂର୍ଣ୍ଣ ବାରଣ କରିଛନ୍ତି ଗଞ୍ଜାମ ଜିଲ୍ଲା ପ୍ରଶାସନ । ଆସନ୍ତାକାଲି ଗଞ୍ଜାମ ଜିଲ୍ଲାର ୧୩ ଗୋଟି ବିଧାନସଭା ସମେତ ଦୁଇଟି ଲୋକସଭା ଆସନ ପାଇଁ ଭୋଟ ଗଣତି ହେବାକୁ ଯାଉଥିବା ବେଳେ ଏହାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଭୋଟ ଗଣତିକେନ୍ଦ୍ର ହୋଉଥିବା ଫାଟକ ଡେଇଁ ପରିସରକୁ ମୋବାଇଲ ଫୋନ ନେବା ପାଇଁ ବାରଣ କରାଯାଇଛି। ଜିଲ୍ଲାରେ ମୋଟ ଚାରୋଟି ସ୍ଥାନରେ ଭୋଟ ଗଣତି ହେବାକୁ ଯାଉଥିବା ବେଳେ ସମସ୍ତ ସ୍ଥାନରେ ଏଭଳି ବ୍ୟବସ୍ଥା ହେଉଥିବା ଗତକାଲି ଛତ୍ରପୁର ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।ହେଲେ ଆମ ରାଜ୍ୟର ଅନ୍ୟ ଜିଲ୍ଲାରେ (ଗଜପତି, ଅନୁଗୁଳ ଭଳି )ମୋବାଇଲ ଫୋନ କାଉଣ୍ଟିଙ୍ଗ ସମୟରେ ଯିବା ପାଇଁ କୋୖଣସି ବାରଣ କରାଯାଇନାହିଁ। ମୋବାଇଲ ଫୋନ ବାରଣ ହେଲେ ମୁଖ୍ୟତଃ ଇଲୋଟ୍ରନିକ ଗଣମାଧ୍ୟମ ଅନେକ ସମସ୍ୟା ର ସମୁଖିନ ହେବା ସହ ପ୍ରତ୍ୟେକ ରାଉଣ୍ଡରେ ବାହାରକୁ ଆସି କେଉଁ ଦଳ ର ପ୍ରାର୍ଥୀ ଆଗକୁ ରହିବେ ତାହାକୁ ଅଫିସକୁ ଜଣାଇବା କଷ୍ଟକର ବିଷୟ ହୋଇପଡିବ।
ଏଣୁ ଏଥିପାଇଁ ସମସ୍ତ ଙ୍କ ମତାମତ ଆବଶ୍ୟକ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ