ଭୋଟ ପାଇଁ ମଦ ଦୋକାନ ସିଲ୍
ଅନୁଗୁଳ(ଜୁଗାବ୍ଦ ନ୍ୟୁଜ୍): ଅନୁଗୁଳ ଜିଲ୍ଲାରେ ସାଧାରଣ ନିର୍ବାଚନ ପାଇଁ ରବିବାର ଅପରାହ୍ଣ ୪ଟାରୁ ସମସ୍ତ ମଦ ଦୋକାନକୁ ଅବକାରୀ ବିଭାଗ ପକ୍ଷରୁ ଜଉମୁଦ ଦିଆଯାଇ ସିଲ୍ କରାଯାଇଛି । ତେବେ ୨୩ ତାରିଖରେ ନିର୍ବାଚନ ଶେଷ ହେବାପରେ ୨୪ ତାରିଖରୁ ଦୋକାନଗୁଡ଼ିକ ପୂର୍ବ ଭଳି ଖୋଲାରହିବ ବୋଲି ଜିଲ୍ଲା ଅବକାରୀ ଏସ୍ପି ସୁରେଶ ଚନ୍ଦ୍ର ନାୟକ ସୂଚନା ଦେଇଛନ୍ତି । ନିର୍ବାଚନ ସମୟରେ ଯେଉଁମାନେ ମଦ ବିକ୍ରି କରିବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ନିର୍ବାଚନ ପାଇଁ ଗଠନ ହୋଇଥିବା ଲିକର ମନିଟରିଂ ଟିମ୍ ବିଭିନ୍ନ ସ୍ଥାନରେ ପଇଁତରା ମାରି ତୀକ୍ଷ୍ମ ନଜର ରଖିବେ । ଜିଲ୍ଲାରେ ଥିବା ୧୫ଟି ଦେଶୀ ମଦ ଦୋକାନ ସମେତ ୫୬ଟି ବିଦେଶୀ ମଦ ଦୋକାନ, ବାର, ବିୟର ପାର୍ଲର ଓ ରେଷ୍ଟୁରାଣ୍ଟ ଏବଂ ହୋଟେଲରେ ମିଳୁଥିବା ମଦକୁ ମଧ୍ୟ ଅବକାରୀ ବିଭାଗ ପକ୍ଷରୁ ବନ୍ଦ କରି ଦିଆଯାଇଛି ।