ଭୋଡ଼ାଫୋନ୍ର ସ୍ୱତନ୍ତ୍ର ଅଫର୍ ୬ମାସର ଭାଲିଡିଟି ସହ ୬ଜିବି ଡାଟା
ନୂଆଦିଲ୍ଲୀ, (ଏଜେନ୍ସି): ଟେଲିକମ୍ କମ୍ପାନୀଗୁଡ଼ିକ ଲଗାତାର ପରସ୍ପର ସହିତ ପ୍ରତିଦ୍ୱନ୍ଦିତା କରିବାରେ ଲାଗିଛନ୍ତି । ପଳସ୍ୱରୁପ ଏୟାର୍ଟେଲ୍ର ୩୯୯ ଟଙ୍କିଆ ପ୍ଲାନ୍କୁ ଟାର୍ଗେଟ୍ କରି ଭୋଡ଼ାଫୋନ୍ ବର୍ତ୍ତମାନ ୫୯୯ଟଙ୍କାର ପ୍ରିପେଡ଼୍ ପ୍ଲାନ୍ ଲଞ୍ଚ୍ କରିଛି । ଗ୍ରାହକଙ୍କ ଅନୁସାରେ କମ୍ପାନୀର ଏହି ପ୍ଲାନ୍ ଦ୍ୱାରା କମ୍ପାନୀ ଏୟାର୍ଟେଲ୍ର ୫୯୭ଯୁକ୍ତ ପ୍ରିପେଡ଼୍ ପ୍ଲାନ୍କୁ ଟକ୍କର ଦେବା ଆବଶ୍ୟକ । ଭୋଡ଼ାଫୋନ୍ର ଏହି ପ୍ଲାନ୍ରେ କୌଣସି ପ୍ରକାରର ଟକ୍ଟାଇମ୍ ମିଳିବନି, ବରଂ ଅସୀମିତ ଲୋକାଲ୍, ଏସ୍ଟିଡ଼ି ଓ ରୋମିଂ କଲ୍ସର ଲାଭ ମିଳିବ । ପ୍ଲାନ୍ରେ ବ୍ୟବହାରକାରୀଙ୍କୁ ୬ଜିବି ୪ଜି/୩ଜି ଡାଟା ମିଳିବ । ଏହାବ୍ୟତୀତ ବ୍ୟବହାରକାରୀଙ୍କୁ ୧,୮୦୦ ଏସ୍ଏମ୍ଏସ୍ ପଠାଇବା ସୁବିଧା ମଧ୍ୟ ମିଳିବ । ଏହି ପ୍ଲାନ୍ ରିଚାର୍ଜକାରୀ ଉପଭୋକ୍ତା ଭୋଡ଼ାଫୋନ୍ ପ୍ଲେ ଆପ୍ରେ ମୁକ୍ତ ଲାଇଭ୍ ଟିଭି, ମୁଭି ଓ ଶୋର ମଜା ଉଠାଇପାରିବେ । ଏକ ରିପୋର୍ଟ ଅନୁସାରେ ବର୍ତ୍ତମାନ ଭୋଡ଼ାଫୋନ୍ର ଏହି ପ୍ଲାନ୍ ଚୟନିତ ସର୍କଲରେ ଉପଲବ୍ଧ ହେବ । ଉଭୟ ଭୋଡ଼ାଫୋନ୍ ୫୯୯ଯୁକ୍ତ ପ୍ରିପେଡ଼୍ ପ୍ଲାନ୍ ଓ ଏୟାର୍ଟେଲ୍ର ୫୯୭ଯୁକ୍ତ ପ୍ଲାନ୍ରେ ସମାନ ପରିମାଣର ଡାଟା ଅଫର୍ ଦିଆଯାଉଛି । ଅର୍ଥାତ୍ ଗ୍ରାହକଙ୍କୁ ଅନ୍ଲିମିଟେଡ଼୍ ଲୋକାଲ୍, ଏସ୍ଟିଡ଼ି ଓ ରୋମିଂ କଲ୍ସ ସହିତ ୬ଜିବି ଡାଟା ମିଳିବ । ତେବେ ଏୟାର୍ଟେଲ୍ର ଏହି ପ୍ଲାନ୍ର ଭାଲିଡିଟି ୧୬୮ଦିନର ହୋଇଥିବା ବେଳେ ଭୋଡ଼ାଫୋନ୍ରେ ୨ଟଙ୍କା ଅଧିକରେ ୧୨ଦିନ ଅଧିକ ଭାଲିଡିଟି ମିଳିବ । ତେବେ ଏୟାର୍ଟେଲ୍ର ୫୯୭ ପ୍ରିପେଡ଼୍ ପ୍ଲାନ୍ରେ ବର୍ଷକର ଫ୍ରି ନୋରଟନ୍ ମୋବାଇଲ୍ ସିକ୍ୟୁରିଟି, ଏୟାର୍ଟେଲ୍ ଟିଭିର ପ୍ରମିୟମ୍ ସବ୍ସ୍କ୍ରିପସନ ଓ ନ୍ୟୁ ୪ଜି ଡିଭାଇସ୍ କ୍ୟାସ୍ବାକ୍ ପରି ଅଫର୍ ମିଳିବ ।


