ଭୟାବହ ର ଆଛନ ରେ ପ୍ରକମ୍ପିତ ବିଶ୍ୱ କରୋନା ର ଏକ କରାଳ ଦୃଷ୍ଟି
ମଧୁମୟ ବିଶ୍ୱ ଇଶ୍ୱର ଙ୍କ ର ଏକ ବିଚିତ୍ର ସୃଷ୍ଟି । ସୂର୍ଯ୍ୟଙ୍କ ର ଉଦୟ ଅସ୍ତ,ବିହଙ୍ଗ ର ସୁମଧୁର ଗୁଜଂନ ସତେ ଯେପରି ଅଙ୍ଗ ଅଙ୍ଗ ରେ ଅମୃତ ଭରି ଦେଈଥାଏ । ଜଗତର ରହସ୍ୟ ଉପରେ ଆଲୋକପାତ କରିବା ସହଜ ସାଧ୍ୟନୁହେଁ । ପରନ୍ତୁ ସମୟର କାଳଚକ୍ର ରେ ପଥଭ୍ରଷ୍ଟା ହୋଇ ଅମୃତ ମୟ ସୃଷ୍ଟି କୁବି ବିଷ ରେ ଭରିଦିଏ । ଶେଷରେ ତା ନିଜର ଭୁଲ ପାଇଁ ରକ୍ତ ମାଂସ ର ଶରୀର ନିରାଶା ର କାଲି ରେ ଭରପୁର ହୋଈଯାଏ । ଜୀବନ କୁ ସୁସ୍ଥ ସୁନ୍ଦର ଓ ମଧୁମୟକରି ଗତି ତୋଳି ବାକୁ ଭାରତୀୟ ସଂସ୍କୃତି ହିଁ ଜଣାଈ ଥାଏ । ଯଦୁର୍ବେଦ ର ଏକ ବାଣୀ ; “ମା ପ୍ରଥମା ସଂସ୍କୃତି ବିଶ୍ୱବାରା” ଅର୍ଥାତ୍-ଭାରତୀୟ ସଂସ୍କୃତି ସମଗ୍ର ବିଶ୍ୱ ପାଈଁ ଆଦର୍ଶ ର ପୃଷ୍ଠଭୂମି ଭରି ରହିଛି ଏଥିରେ ବିବେକା ନନ୍ଦ,ଗୋପ ବନ୍ଧୁ,ଗାନ୍ଧୀ ଙ୍କ ର ଆଦର୍ଶ ର ପଟ୍ଟଚିତ୍ର । ଶାନ୍ତି ପୂର୍ଣ, ଉଦାର ବାଦ ନୀତି ରେ ଜଡିତ ମୋ ଦେଶ । କିନ୍ତୁ ସମଗ୍ର ବିଶ୍ୱରେ ଆଜି ଭୟର ତାଣ୍ଡବ ରୂପେ ମୁଣ୍ଡ ଟେକିଛି ଏକ ମହାମାରୀ କରୋନା ବିକାଶ ଓ ସଭ୍ୟତାର ପ୍ରଗତି ଥାଇ ମଧ୍ୟ ଧ୍ୱଂସ ର ତାଣ୍ଡବ ବାକି ଉଠୁଛି ଆଜି ସମଗ୍ର ବିଶ୍ୱ ରେ ପୁର ପଲ୍ଲୀ ରେ ମଧ୍ୟ ନିମିଷକ ମଧୟରେ ନୀଳ ସମୁଦ୍ର ପରି ଦିଗନ୍ତ ବିସ୍ତାର ଜନସଂଖ୍ୟା ରେ ଆଜି ପୂର୍ଣ ଛେଦ ପଢିଯାଇଛି । ବନ୍ଧୁର ସହୃଦୟତା,ଭଗିନୀ ର ଶ୍ରଦ୍ଧା ,ପିତା ମାତା ଙ୍କ ଆର୍ଶୀବାଦ ପତ୍ନୀର ପ୍ରେମ ସବୁଠାରୁ ଦୂରେଈ ଦେଉଛି । ଏହି ଭୟଙ୍କର ସମାଚାର ।ତେବେ କଣ ଈଶ୍ୱର ଙ୍କ ର ସୃଷ୍ଟି ଆଜି ଗରଳ ରେ ପରିପୂର୍ଣ ହୋଈଗଲା। ଗ୍ରୀଷ୍ମ ରତୁ ର ମନୋରମ ସଂଧ୍ୟା ଦେଖିବାକୁ ବା ଉପଭୋଗ କରିବାକୁ କେହି ରହିଲେ ନାହିଁ । କ୍ଷଣ ଭିତରେ ସବୁ ଜନ ଶୁନ୍ୟପାଲଟି ଗଲା । ଦୁଖ ଓ ଶୋକ ର ଆବିର୍ଭାବ ସତେ ଯେପରି ଏ ପୃଥୀବର ଚରଣ ସ୍ପର୍ଶ କରି କେବେ ନ ଫେରିବା ର ପ୍ରତିଜ୍ଞା କରି ନେଇଛି । ବଂଚି ରହିବା
କୁ ଚାହିଁଥିଲେ ମଧ୍ୟ ବିଜ୍ଞାନ ଆଜି ଆସମର୍ଥ ପାଲଟିଛି ଜୀବନ ଦେବାକୁ । ପ୍ରାଚୀନ ର ଅର୍ଥ କୁ ବିଶ୍ଲେଷଣ କଲେ ପରି ଲକ୍ଷିତ ହେବ ଯେ-ମନୁଷ୍ୟ ଏବେ ସେହି ଦିଗ୍ ଦର୍ଶକୁ ଫେରି ଯାଈଛି ଯେଉଁଠି ଜୀବନ କଳା ଓ ସାହିତ୍ୟ ରେ ଭରପୁର ଥିଲା ଜ୍ଞାନ ଓ ବିଜ୍ଞାନ ର ଚିନ୍ତାଧାରା ମଧ୍ୟ ପ୍ରଦର୍ଶକ କରିନଥିଲା ନିଜର ସ୍ୱାର୍ଥ କୁ ଚିରତୀର୍ଥ କରିବା ଲାଗି ମନୁଷ୍ୟ ଯେତବଳେ ବିଶ୍ୱ କୁ ନିଜ ଅଧୀନରେ ଆଣିବାକୁ କାର୍ଯ୍ୟରତ ହେଲା,ତେବେ କିପରି ପ୍ରକୃତି ତାର ପରିବହନ କରିବାକୁ ସଂକଳ୍ପବଦ୍ଧ ନହେବ ।ସେ ମଧ୍ୟ ଧ୍ୱଂସର ତାଣ୍ଡବ ରଚିଲା ସମଗ୍ର ବିଶ୍ୱ ପାଈଁ ସମଗ୍ର ମାନବ ଜାତି ପାଈଁ ।ସ୍ନେହ ଶ୍ରଦ୍ଧା ର ରଙ୍ଗ ଆଉ ଦେଖିବାକୁ ମିଳିଲା ନାହିଁ । ଜଡ ପାଲଟି ଗଲା ମଣିଷ । ଯେଊଁ ଅରଣ୍ୟ ର ଶ୍ୟାମଳିସ. ପଶୁ ପକ୍ଷୀ ଙ୍କ ରାବ କୁ ମନୁଷ୍ୟ କବଳିତକରିଥିଲା,ସେମାନେ ଆଜି ସୁନ୍ଦର ବନଭୂମି ରେ ମୁକ୍ତ ପ୍ରଜାତି
ପରି ଉଡି ବୁଲିଲେ । କାଳଚକ୍ର ର ପ୍ରବାହ ରେ ମନୁଷ୍ୟ ସାଜିଲା ଜଡବନ୍ଦୀ । ବାସ୍ତବତା କୁ ଲକ୍ଷ୍ୟ କଲେ ଦେଖିବା ଯେ ବ୍ୟାଧି ଓ ମୃତ୍ୟ ମଧୟରେ ଆଜି ସମଗ୍ର ବିଶ୍ୱ ବନ୍ଦୀ ହୋଇଛି । ସମ୍ପୁର୍ଣ
ଅକ୍ଷମ ସାଜିଛି ଭୟଙ୍କ ର ମହାମାରୀ ର ନିରାକରଣ ଦିଗରେ ତେବେ ଏହାର ଦୁରୀକରଣ ନିମନ୍ତେ ସଚେତନ ହୋଇ ଉପଯୁକ୍ତ ନିର୍ଦ୍ଧେଶ ଦ୍ୱାରା ବାଟ ଚାଲିବା ଉଚିତ୍ ।ସ୍ନେ୍ହ ପୂର୍ଣ ଓ ଶାନ୍ତି ମାନସିକ ରେ ସଚେତନ ହୋଈ ଭବିଷ୍ୟତ ଲାଗି ପଥ ଖୋଲିବା ଆବଶ୍ୟକ । ନଚେତ୍ ସମଗ୍ର ବିଶ୍ୱ ଲାଗି ଏହା କଳା ଇତିହାସ ର ତଣ୍ଡବ ରଚିବ
ଅର୍ପିତା ପରିଡା
(ସମାଜ ବିଜ୍ଞାନର ଛାତ୍ରୀ,ପୁରୀ)