ଭୟ‌ଙ୍କର ଟ୍ରେନ ଦୁର୍ଘଟଣା : ୩୨ ମୃତ

ନୂଆଦିଲ୍ଲୀ (‌ୱାଇଏନ୍‌ଏସ୍ ): ଇଜିପ୍ଟରେ ଏକ ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ୩୨ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୧୦୦ରୁ ଉ‌ର୍ଦ୍ଧ୍ୱ ଆହତ ହୋଇଛନ୍ତି। ଶୁକ୍ରବାର ଦିନ ଏହି ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣା ରାଜଧାନୀ କାଇରୋର ତାହାଟା ସହର ନିକଟରେ ଘଟିଛି | ଗୋଟିଏ ଟ୍ରେନ୍ ପଛକୁ ଆଉ ଗୋଟିଏ ଟ୍ରେନ୍ ଧକ୍କା ଦେଇଥିଲା ଫଳରେ ଦୁର୍ଘଟଣା ଏତେ ଶକ୍ତିଶାଳୀ ଥିଲା ଯେ ଟ୍ରେନର ଅନେକ ବଗି ଲାଇନଚ୍ୟୁତ ହୋଇ ଓଲଟି ପଡ଼ିଥିଲେ । ତାହାଟା ସହର ନିକଟରେ ଘଟିଥିବା ଟ୍ରେନ୍ ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଇଜିପ୍ଟର ରାଷ୍ଟ୍ରପତି ଅବଦେଲ ଫତେହ ଅଲ-ସିସି ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ