ମଇଁଷିକୁ ପାଣିପିଆଇଲେ ପୋଖରିରେ ,କିନ୍ତୁ ୪ ଭାଇ ଆଉ ଫେରିଲେନି

ଜୟପୁର , ରାଜସ୍ଥାନ କରୋଲିରେ ଏକ ଅଭାବନୀୟ ଘଟଣା ଘଟିଛି । ମଇଁଷି କୁ ପୋଖରିରେ ପାଣି ପିଆଇଲେ , ମଇଁଷି ପାଣି ପିଇ ଘରକୁ ଫେରିଲା କିନ୍ତୁୂ ୪ ଭାଇ ଆଉ ଫେରିଲେନି । ରାତ୍ର ୮ ଟା ସୁଦ୍ଧା ନଫେରିବା ପରେ ପରିବାରରେ ପଡିଗଲା ଚହଳ । ୪ ପୁଅ ଗଲେ କୁଆଡେ । ପରିବାର ପକ୍ଷରୁ ପିଲାମାନଙ୍କୁ ବିଭିନ୍ନ ସ୍ଥାନରେ ବହୁ ଖୋଜା ଖୋଜି କରାଯାଇଥିଲା । କିନ୍ତୁ ୪ ପିଲାର ଟେର ପାଇପାରିନଥିଲେ ପରିବାର ଲୋକେ । ଏହା ପରେ ପୋଖରୀ ନିକଟରେ ପିଲାଙ୍କ ସାର୍ଟ ପ୍ୟାଣ୍ଟ ଦେଖିବାରୁ କେଉଟ ମାନେ  ପୋଖରୀରେ ଜାଲ ପକାଇଥିଲେ । କିନ୍ତୁ ଜାଲରେ ବାହାରିଲା ୪ ଶିଶୁ ଙ୍କ ସଲିଳ ସମାଧି । ଏହି ଘଟଣା ପରେ ଅଂଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ୪ ଶିଶୁୂଙ୍କ ସଲିଳ ସମାଧି ଉଦ୍ଧାର କରିବା ସହ ଶବବ୍ୟେବଚ୍ଚେଦ ନିମନ୍ତେ ମେଡିକାଲକୁ ପଠାଇଛି । ୪ ଶିଶୁଙ୍କ ବୟସ ୬ ରୁ ୯ ବର୍ଷ ହେବ ବୋଲି ଜଣାପଡିଛି । ଏହି ଘଟଣା ପରେ ଗ୍ରାମରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।କାନ୍ଦ ବୋବାଳିରେ ଧରି ଉଠିଛି ଗାଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ