ମଇମାସ ମିଳିତ ଆପତ୍ତି ଶୁଣାଣି କାର୍ଯ୍ୟକ୍ରମ ତାଲିକା ପ୍ରକାଶ

ବାଲେଶ୍ୱର, (ସରୋଜ ପଣ୍ଡା) :-ଆସନ୍ତା ମଇ ମାସ ପାଇଁ ବାଲେଶ୍ୱର ଜିଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ନିମନ୍ତେ ଦିନ ଧାର୍ଯ୍ୟ କରାଯାଇଛି । ମଇ ମାସର ୫ ସୋମବାରରେ ଜିଲାର ବିଭିନ୍ନ ବ୍ଲକ କାର୍ଯ୍ୟାଳୟରେ ଏହି ଶିବିର ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି । ମଇ ୨ ତାରିଖରେ ରେମୁଣା ବ୍ଲକ କାର୍ଯ୍ୟାଳୟ, ୯ ତାରିଖରେ ବସ୍ତା ବ୍ଲକ କାର୍ଯ୍ୟାଳୟ, ୧୭ ତାରିଖରେ ଜଳେଶ୍ୱର ବ୍ଲକ କାର୍ଯ୍ୟାଳୟ, ୨୩ ତାରିଖରେ ବାଲିଆପାଳ ବ୍ଲକ କାର୍ଯ୍ୟାଳୟରେ ଏବଂ ୩୧ ତାରିଖରେ ନୀଳଗିରି ବ୍ଲକ କାର୍ଯ୍ୟାଳୟରେ ଏହା ଅନୁଷ୍ଠିତ ହେବ । ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଏହି ଶିବିରରେ ଉପସ୍ଥିତ ରହିବେ । ସକାଳ ୭ ଘଟିକା ଠାରୁ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ଜନସାଧାରଣଙ୍କ ଆପତ୍ତି ଅଭିଯୋଗ ଗ୍ରହଣ ଓ ଶୁଣାଣି କରାଯିବ ବୋଲି ଜିଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ