ମଉଳା ଭଣଜା ମହାବିଦ୍ୟାଳୟରେ ବାର୍ଷିକ କ୍ରିଡା ଉଦ୍ଯାପିତ
ନାଉଗାଁ : ନାଉଗାଁ ବ୍ଳକ ଅନ୍ତର୍ଗତ ଗଂଗଦାସ୍ଥିତ ଶ୍ରୀ ଶ୍ରୀ ମଉଳା ଭଣଜା ମହାବିଦ୍ୟାଳୟର ବାର୍ଷିକ କ୍ରିଡା ଉତ୍ସବ ଶନିବାର ଉଦ୍ଯାପିତ ହୋଇଯାଇଛି । ଏହି ଉପଲକ୍ଷେ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଧିକାରୀ ଲେଙ୍କାଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଜଗତସିଂହପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମୁଦୁଲି ଯୋଗ ଦେଇ ଶିକ୍ଷା କ୍ଷେତ୍ରରେ କ୍ରୀଡାର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ । ସୁସ୍ଥ ମନ ଓ ଶରୀର ଶିକ୍ଷାର ମୌଳିକ ଲକ୍ଷ୍ୟକୁ ସାକାର କରିବା ସହିତ ଜଣେ ଆଦର୍ଶ ନାଗରିକ ଭାବରେ ଗଢି ତୋଳି ସମାଜ ଓ ଦେଶ ପାଇଁ କ।ର୍ଯ୍ୟ କରିବାର ପଥ ଉନ୍ମୋଚନ କରିଥାଏ ବୋଲି ଛାତ୍ରଛାତ୍ରୀମାନଙ୍କୁ ମାର୍ଗଦର୍ଶନ କରିଥିଲେ । ଏହି ପରିପ୍ରେକ୍ଷୀରେ ମହାବିଦ୍ୟାଳୟର ବିଭିନ୍ନ ଆନୁସଂଗିକ ଅଭାବ ଅସୁବିଧାକୁ ଦୁର କରିବା ପାଇଁ ପ୍ରତିଶୃତି ଦେଇଥିଲେ । ସମ୍ମାନିତ ଅତିଥି ଭାବେ ନାଉଗାଁ ପଂଚାୟତ ସମିତି ଅଧ୍ୟକ୍ଷ ଜଗନ୍ନାଥ ଦାସ, ଅବସାରପ୍ରାପ୍ତ ପ୍ରଶାସନିକ ଅଧିକାରୀ ବିଶ୍ୱନାଥ ବେହୁରା, ଜିଲ୍ଲାପରିଷଦ ସଭ୍ୟ ସୁବଳ ବେହେରା ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀଙ୍କର ଶିକ୍ଷା ପରି କ୍ରିଡା ନିତ୍ୟାନ୍ତ ଅପରିହାର୍ୟ୍ୟ ବୋଲି ମତବ୍ୟକ୍ତ କରିଥିଲେ । ପରେ ଅତିଥିମାନେ କ୍ରିଡାରେ କୃତିତ୍ୱ ଅର୍ଜନ କରିଥିବା କୃତୀ ପ୍ରତିଯୋଗୀମାନଙ୍କୁ ମାନପତ୍ର ସହିତ ଟ୍ରଫି ପ୍ରଦାନ କରିଥିଲେ । ଅଧ୍ୟାପକ ପ୍ରତାପ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ଧିରେନ ପତି ଅତିଥି ପରିଚୟ ପ୍ରଦାନ କରିଥିଲେ । ବାର୍ଷିକ ବିବରଣୀ ଅଧ୍ୟାପକ ନିରଂଜନ ବିଶ୍ୱାଳ ପାଠ କରିଥିଲେ । ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପ୍ରତିଷ୍ଠାତା ଅଧ୍ୟକ୍ଷ ନିଲୁରାମ ଜେନା ଯୋଗ ଦେଇ ବାର୍ଷିକ କ୍ରିଡାକୁ ଶୁଭାରମ୍ଭ କରିଥିଲେ । ଏହି କାର୍ୟ୍ୟକ୍ରମକୁ ମହାବିଦ୍ୟାଳୟର କ୍ରିଡା ଶିକ୍ଷକ ଏସ.କେ.ବର୍କତୁଲ୍ଲା, ଅଧ୍ୟାପକ ହରି ପ୍ରସାଦ ପତି, ସନ୍ତୋଷ ଆଚାର୍ୟ୍ୟ, ଅଧ୍ୟାପିକା ଅନୁସୟା ଲେଙ୍କା, ଦୁର୍ୟୋଧନ ଜେନା, ରିତେଶ ନାୟକ, ଆଲୋକ ସାହୁଙ୍କ ସମେତ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ କର୍ମଚାରୀମାନେ ପରିଚାଳନା କରିଥିଲେ ।