ମକରାପଲ୍ଲୀ ରେ ମାଗଣା ସ୍ୱାସ୍ଥ୍ୟ ଶିବିର

(ଯୁଗାବ୍ଦ ନ୍ୟୁଜ) ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତାରା ପଞ୍ଚୀୟତର ମକରା ପଲ୍ଲୀ ଗ୍ରାମରେ ଶନିବାର ଦିନ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । କରୁଣାଟ୍ରଷ୍ଟ ଦ୍ୱାରା ପରିଚାଳିତ ସ୍ୱାସ୍ତ୍ୟ ଆରୋଗ୍ୟ ସାଧନ କେନ୍ଦ୍ର ପକ୍ଷରୁ ଅନୁଷ୍ଠିତ ଏହି ସ୍ୱାସ୍ଥ୍ୟ ଶିବିରରେ ୧୨୫ ଜଣ ରୋଗୀ ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ହେବା ବେଳେ ସେମାନଙ୍କ ମଧ୍ୟରୁ ୬୯ ଜଣ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ସ୍ୱାସ୍ଥ୍ୟ ଆରୋଗ୍ୟ ସାଧନ କେନ୍ଦ୍ରର ଡାକ୍ତର ଦୟାନିଧି ରାଉତ ଓ ଡାକ୍ତର ଦୁର୍ଗା ପ୍ରସାଦ ବିଶ୍ୱାଳ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଟେକନିସିଆନ କାଳୀ ପ୍ରସାଦ ସାହୁ ରୋଗୀଙ୍କ ରକ୍ତ ପରୀକ୍ଷା କରିଥିବା ବେଳେ ମହିଳା ସ୍ୱାସ୍ଥ୍ୟ କର୍ମୀ କୃଷ୍ଣପ୍ରିୟା ପଣ୍ଡା ଓ ଯଜ୍ଞସେନୀ ନାୟକ ରୋଗୀଙ୍କୁ ମାଗଣା ଔଷଧ ବିତରଣ କରିଥିଲେ । ଏହି ଶିବିରରେ ଗଞ୍ଜାମ ଜିଲ୍ଲା ମ୍ୟାଲେରୀଆ ନିୟନ୍ତ୍ରଣ ଅଧିକାରୀ ସୁଜିତ କାର୍ଯ୍ୟ, ଅମିର କୁମାର ଦାଶ ଓ ବୁଗୁଡା ବ୍ଲକ ସୁପର ଭାଇଜର ସ୍ୱରୁପ କୁମାର ପାତ୍ର ଯୋଗ ଦେଇ ଶିବିରକୁ ପରିଦର୍ଶନ କରିବା ସହ ଜନ ସାଧାରଣ ଙ୍କୁ ମ୍ୟାଲେରୀଆ ରୋଗ ବିଷୟରେ ସଚେତନତା କରାଇଥିଲେ । ଏହି କାର୍ଯ୍ୟକ୍ରମ କୁ ମାଣିତାର ସ୍ୱାସ୍ଥ୍ୟ ଆରୋଗ୍ୟ ସାଧନ କେନ୍ଦ୍ର ଅନ୍ତର୍ଗତ ସମସ୍ତ ଆଶା କର୍ମୀ ଓ ଅଙ୍ଗନାୱାଡି କର୍ମୀ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ