ମକର ମେଳା ପାଇଁ ମା’ବଉଳାଶୁଣୀଙ୍କ ପୀଠ ଚଳ ଚଞ୍ଚଳ

ବନ୍ତ, (ଚାନ୍ଦିନୀ ମହାନ୍ତି):ପବିତ୍ର ମକର ମେଳା ଉପଲକ୍ଷେ ବନ୍ତ ବ୍ଲକର ପ୍ରସିଦ୍ଧ ଠାକୁରାଣୀ ମା’ବଉଳାଶୁଣୀଙ୍କ ପୀଠ ଏବେ ଚଳ ଚଞ୍ଚଳ ହୋଇ ଉଠିଛି । ଦୀର୍ଘ ବର୍ଷ ଧରି ଏହି ପୀଠରେ ମକର ସଂକ୍ରାନ୍ତୀ ଉପଲକ୍ଷେ ମକର ମେଳା ଅନୁଷ୍ଠିତ ହୋଇ ଆସୁଛି । ୭ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ମେଳାରେ ହଜାର ହଜାର ଲୋକ ସମାଗମ ହେବେ ବୋଲି ପୂଜା କମିଟି ପକ୍ଷରୁ କୁହାଯାଇଛି । ପ୍ରକାଶ ଯେ, ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅନ୍ତର୍ଗତ ନିଳୋକ ଗ୍ରାମର ଦକ୍ଷିଣ ଦିଗରେ ତଥା ୫ ନମ୍ବର ଜାତୀୟ ରାଜପଥ ସଂଯୁକ୍ତ ବନ୍ତ-ବାରିକପୁର ରାସ୍ତାର ବାମ ପାଶ୍ୱର୍ରେ ମା’ବଉଳାଶୁଣୀ ଦେବୀଙ୍କ ପୀଠ ଅବସ୍ଥିତ । ପ୍ରତ୍ୟେକ ବର୍ଷ ମକର ସଂକ୍ରାନ୍ତୀ ଦିନ ଆଖପାଖ ପ୍ରାୟ ୨୦ଟି ଗ୍ରାମର ଲୋକମାନେ ଏଠାରେ ଅନୁଷ୍ଠିତ ମକରମେଳାରେ ରୁଣ୍ଡିଭୂତ ହୋଇଥାନ୍ତି । ୭ ଦିନ ଧରି ଏଠାରେ ମେଳା ବସିଥାଏ । ପ୍ରତ୍ୟେହ ସନ୍ଧ୍ୟାରେ ଭଜନ କାର୍ଯ୍ୟକ୍ରମ ସହ ୧୮ ତାରିଖ ଠାରୁ ଦର୍ଶକ ମାନଙ୍କ ପାଇଁ ଯାତ୍ରା ପରିବେଷଣ ହେବାର କାର୍ଯ୍ୟକ୍ରମ ରହିଛି । ମାଆ ବଉଳାଶୁଣୀଙ୍କ ପୀଠରେ ଉନ୍ନୟନ ବାବଦରେ କେତେକ ପଦକ୍ଷେପ ନିଆଯାଇଥିବା ବେଳେ ଆହୁରି ଅନେକ ବ୍ୟବସ୍ଥାର ଆବଶ୍ୟକତା ରହିଛି । ଚଳିତ ବର୍ଷର ପୂଜା ଉତ୍ସବରେ କମିଟିର ସଭାପତି କିଶୋର କୁମାର ବେହେରା ଓ ସଂପାଦକ ଅନିରୁଦ୍ଧ ନାୟକଙ୍କ ସମେତ ଗ୍ରାମବାସୀ ମାନେ ସହଯୋଗ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ