ମଙ୍ଗଳପୁର ଠାରେ ସହଜ କମ୍ପ୍ୟୁଟର୍ କେନ୍ଦ୍ର ଉଦ୍ଘାଟିତ
ବେଲଗୁଣ୍ଠା, (ସନ୍ତୋଷ ବିଶୋୟୀ):ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ମଙ୍ଗଳପୁର ମୁଖ୍ୟ ସଡକରେ ସହଜ କମ୍ପ୍ୟୁଟର୍ ଏଜୁକେସନ୍ ଏଣ୍ଡ ସର୍ଭିସ୍ କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି I ଏହାକୁ ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର ଉଦ୍ଘାଟନ କରିଥିଲେ I ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପ୍ରେସକ୍ଲବ ସମ୍ପାଦକ ଅଶ୍ୱିନୀ ମହାନ୍ତି, ଉପସଭାପତି ପ୍ରଭାତ କୁମାର ସାହୁ, ଉପଦେଷ୍ଟା ସୁଶାନ୍ତ ବେହେରା, କୋଷାଧ୍ୟକ୍ଷ ବିଭୁପାଦ ଜେନା,ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ସଭାପତି ମାଧବ ଚନ୍ଦ୍ର ଆପଟ ଏବଂ ସଦସ୍ୟ ସନ୍ତୋଷ ଡାକୁଆଙ୍କ ସମେତ ପୂର୍ବତନ ସମିତିସଭ୍ୟ ବିଦ୍ୟାଧର ବିଷୋୟୀ, ବ୍ଳକ୍ ଛାତ୍ର ବିଜେଡ଼ି ସଭାପତି ଜ୍ୟୋତିରଞ୍ଜନ ନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ I ଏହି କେନ୍ଦ୍ର ଗ୍ରାମର ଉତ୍ସାହୀ ଯୁବକ ଦ୍ୱିତୀକୃଷ୍ଣ ବିଷୋୟୀ ଏବଂ ସାଗର ସ୍ଵାଇଁଙ୍କ ମିଳିତ ସହଯୋଗରେ ଆରମ୍ଭ ହୋଇଛି Iମୁଖ୍ୟତଃ ମଙ୍ଗଳପୁର ଠାରୁ ବେଲଗୁଣ୍ଠା ଏବଂ ବାଲିପଦର ମଧ୍ୟରେ ଛାତ୍ର ଛାତ୍ରୀଙ୍କ ପାଇଁ କମ୍ପ୍ୟୁଟର୍ ଶିକ୍ଷା ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ବହୁ ଛାତ୍ରଛାତ୍ରୀ କମ୍ପ୍ୟୁଟର୍ ବା ଧନ୍ଦାମୂଳକ ଶିକ୍ଷାରୁ ବଞ୍ଚିତ ହେଉଥିଲେ I ଏହି କେନ୍ଦ୍ର ଦ୍ୱାରା ଏହି ଅନୁନ୍ନତ ଅଞ୍ଚଳର ବହୁ ଛାତ୍ରଛାତ୍ରୀ କମ୍ପ୍ୟୁଟର୍ ଶିକ୍ଷା ହାତ ପାଆନ୍ତାରେ ପାଇପାରିବେ ବୋଲି ସଭାପତି ପ୍ରଦ୍ୟୁମ୍ନ ପାତ୍ର ପ୍ରକାଶ କରିଥିଲେ I ଏଥିରେ କମ୍ପ୍ୟୁଟର୍ ଫଣ୍ଡାମେଣ୍ଟାଲ,ପେଜ୍ ମେକର୍,ୱାର୍ଡ୍-୨୦୧୦,ଏକ୍ସେଲ-୨୦୧୦,ପାୱାର୍ ପଏଣ୍ଟ୍-୨୦୧୦,ୱିଣ୍ଡୋସ୍ ୭,ଫଟୋସପ୍ ସିଏସ୍ ୫,ଡ୍ରିମ୍ ୱେଭର,କୋରାଲଡ୍ର,ଇଣ୍ଟରଭ୍ୟୁ ଏଟିକେଟ, ଜବ୍ ଟ୍ରେନର୍ ଏବଂ ଟାଲି ଇଆରପି ୯ ଭଳି ବିଭିନ୍ନ ପ୍ରକାର କମ୍ପ୍ୟୁଟର୍ ଶିକ୍ଷାର ବ୍ୟବସ୍ଥା ରହିଛି I ଆଗାମୀ ଦିନରେ ଗରିବ ଏବଂ ମେଧାବୀ ଛାତ୍ରଛାତ୍ରୀଙ୍କୁ ଅର୍ଥ ଅଭାବରୁ କମ୍ପ୍ୟୁଟର୍ ଶିକ୍ଷାରୁ ବଞ୍ଚିତ କରାଯିବନି ଏବଂ ଆବଶ୍ୟକ ସ୍ଥଳେ ସେମାନଙ୍କୁ ମାଗଣା କମ୍ପ୍ୟୁଟର୍ ଶିକ୍ଷା ଯୋଗାଇ ଦିଆଯିବ ବୋଲି ଏହାର ପ୍ରତିଷ୍ଠାତା ଦ୍ୱିତୀକୃଷ୍ଣ ଏବଂ ସାଗର ମିଳିତ ଭାବେ ଘୋଷଣା କରିଛନ୍ତି I


