ମଙ୍ଗୁଳି ଜେନାଙ୍କ ସ୍ମୃତିଚାରଣ ସଭା
ନିରାକାରପୁର (ଯୁଗାବ୍ଦ ନ୍ୟୁଜ୍):ଗତ ୧୪ ତାରିଖରେ ବିଜେପି ନେତା ମଙ୍ଗୁଳି ଜେନାଙ୍କୁ ଖୋର୍ଦ୍ଧା ନବୀନାବାଗରେ ହତ୍ୟା କରାଯାଇଥିଲା । ଆଜକୁ ୧୩ ଦିନ ପରେ ବି କ୍ରାଇମବ୍ରାଞ୍ଚ ହତ୍ୟାକାରୀର ସୁରାକ ପାଉନଥିବାବେଳେ ଖୋର୍ଦ୍ଧା ଜିଲ୍ଲା ବଡ଼ପୋଖରୀଆସ୍ଥିତ ତାଙ୍କ ଜନ୍ମମାଟିରେ ବରିଷ୍ଠ ସାମ୍ବାଦିକ ପଦ୍ମନାଭ ବିଶ୍ୱାଳଙ୍କ ସଭାପତିତ୍ୱରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସ୍ମୃତିଭାରେ ବରିଷ୍ଠ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ, ଜିଲ୍ଲା ବିଜେପି ସଭାପତି ସୁବାଷ ଜେନା, ବିଜେପି କାର୍ଯ୍ୟକାରଣୀ ସଦସ୍ୟ କାଳୁ ଚରଣ ଖଣ୍ଡାୟତରାୟ, ପୂର୍ବତନ ବିଧାୟକ ଦିଲ୍ଲୀପ ଶ୍ରୀଚନ୍ଦନ, ବିଜେପି କୃଷକମୋର୍ଚ୍ଚା ସଂପାଦକ ଶ୍ରୀରଞ୍ଜନ ମଙ୍ଗରାଜ, ପୂର୍ବତନ ସରପଞ୍ଚ ଗିରିଶ ଚନ୍ଦ୍ର ମହାରଣା, ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଜେନା ଜଣେ ସୁସଂଗଠକ, ସମାଜସେବୀ ଓ ପରୋପକାର ମଣିଷ ଥିଲେ । ତାଙ୍କ ମୃତ୍ୟୁରେ ଅଞ୍ଚଳର ଅପୂରଣୀୟ କ୍ଷତି ଘଟିଛି । ସେ ସବୁବେଳେ ଅନ୍ୟାୟ ବିରୋଧରେ ଲଢେଇ କରୁଥିଲେ ବୋଲି ମତବ୍ୟକ୍ତ କରିଥିଲେ । ମଞ୍ଚକୁ ଜିଲ୍ଲା ମହାମେଣ୍ଟ ସଭାପତି ବିପିନ କୁମାର ଜୟସିଂହ ପରିଚାଳନା କରିଥିଲେ । ସଭାରେ ଉପସ୍ଥିତ ଅତିଥି ଓ ତାଙ୍କୁ ଭଲ ପାଉଥିବା ବ୍ୟକ୍ତିମାନେ ପ୍ରଥମେ ତାଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଏକ ମିନିଟ ନୀରବ ପ୍ରାର୍ଥନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଷ୍ଣୁଚରଣ ଜେନା, ସୁବାଷ ଦଳସିଂହାର,ରବିନ୍ଦ୍ର ବଳିୟାରସିଂହ, ସିଦ୍ଧାର୍ଥ ଛୋଟରାୟ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ତାରାପ୍ରାସାଦ ଚ୍ୟାଉପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।