ମଜୁରୀ ଲାଗି କଲେଜ ଟପ୍ପର ହୋଇଥିବା ସୈାମ୍ୟରଞ୍ଜନଙ୍କୁ କେନ୍ଦ୍ରାପଡା ଟେଲର ଶ୍ରମିକ ସଙ୍ଘ ପକ୍ଷରୁ ସମ୍ବର୍ଦ୍ଧନା
କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): ପିତାଙ୍କ ପରଲୋକ ହୋଇଯିବା ପରେ ପରିବାର ଚଳାଇବା ଅସମ୍ଭବ ହୋଇପଡିବାରୁ ମଜୁରୀ ଲାଗି ପରିବାର ଚଳାଇବା ସହ ପାଠପଢି କଲେଜ ଟପ୍ପର ହୋଇଛନ୍ତି କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକ ଅନ୍ତର୍ଗତ ବେଣିରାମପୁର ପଂଚାୟତର ସଦାନନ୍ଦପୁର ଗ୍ରାମର ସୂର୍ଗତ ନିର୍ମଳ ଘଡାଇଙ୍କ ପୁଅ ସୈାମ୍ୟରଞ୍ଜନ । ଚଳିତବର୍ଷ +୨ ବିଜ୍ଞାନ ପରୀକ୍ଷାରେ୭୮ପ୍ରତିଶତ ମାର୍କ ରଖି ନିକିରାଇ ବୀରହନୁମାନଜୀଉ କଲେଜର ଟପ୍ପର ହୋଇଥିଲେ ସୈାମ୍ୟରଞ୍ଜନ । ଦିନରେ ମୂଲ ମଜୁରୀ ଲାଗୁଥିବା ବେଳେ ରାତିରେ ସିଲେଇମେସିନ ସାହାଯ୍ୟରେ ସିଲେଇ କରନ୍ତି ସୈାମ୍ୟରଞ୍ଜନ । ଏଥିରୁ ଯାହା ମିଳେ ସେଥିରେ ପରିବାର ଚଳାଇବା ସହ ପାଠପଢନ୍ତି । ଏଭଳି ଏକ ଖବର ସମ୍ବାଦପତ୍ରରୁ ଜାଣିବା ପରେ କେନ୍ଦ୍ରାପଡା ଟେଲର ଶ୍ରମିକ ସଙ୍ଘର ସଭାପତି ତଥା ଟପ ଷ୍ଟାଇଲ ଟେର୍ଲ୍ସର ମାଲିକ ସେକ ମୁନିରୁଦ୍ଦିନ(ମୁନା) ସଦାନନ୍ଦପୁର ଗ୍ରାମରେ ସୈାମ୍ୟଙ୍କ ଘରେ ପହଁଚି ସୈାମ୍ୟରଞ୍ଜନଙ୍କୁ ଉପଢୈାକନ ଓ ପୁଷ୍ପଗୁଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଛନ୍ତି । ଆଗାମି ଦିନରେ ସଙ୍ଘ ପକ୍ଷରୁ ଉଚ୍ଚଶିକ୍ଷା ପାଇଁ ତାଙ୍କୁ ସହାୟତା ପ୍ରଦାନ କରାଯିବ ବୋଲି ସୈାମ୍ୟଙ୍କ ପରିବାରକୁ ପ୍ରତିଶୃତି ମଧ୍ୟ ଦେଇଛନ୍ତି ଟେଲର ଶ୍ରମିକ ସଙ୍ଘର ସଭାପତି ସେକ ମୁନିରୁଦ୍ଦିନ(ମୁନା) ।