ମଝିପଡାରେ ବିଘ୍ନ ବିନାଶକ ଗଜାନନଙ୍କ ପୂଜା

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ବିଘ୍ନ ବିନାଶକ ଗଜାନନଙ୍କ ପୂଜା ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅଂଚଳରେ ଶନିବାର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପୂଜା ବ୍ଳକର ବିଭିନ୍ନ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ, ମହାବିଦ୍ୟାଳୟ ଆଦିରେ ଅନୁଷ୍ଠିତ ହେବା ସହିତ ଗ୍ରାମ ଗୁଡିକରେ ଥିବା ବିଭିନ୍ନ କ୍ଳବ ଆଦିରେ ଏହି ପୂଜା ଅନୁଷ୍ଠିତ ହେଉଅଛି । ଏହି ଉପଲକ୍ଷେ ଗଂଗଦା(ମଝିପଡା)ର ମା’କୁତାମଚଣ୍ଡୀ ହେଲ୍ପ କ୍ଲବ ପକ୍ଷରୁ ପୂଜା ଅନୁଷ୍ଠିତ ହେଉଛି । କ୍ଲବର ସଦସ୍ୟଙ୍କ ଦ୍ୱାରା କଳସ ଶୋଭାଯାତ୍ରା କରାଯିବା ପରେ ପଣ୍ଡିତ ପିଂଟୁ ନାନାଙ୍କ ଦ୍ୱାରା ପୂଜାପାଠ କରାଯାଉଛି । ଏହି ପୂଜା ତିନି ଦିନ ବ୍ୟାପୀ ଅନୁଷ୍ଠିତ ହେବ ବୋଲି କ୍ଲବ ପକ୍ଷରୁ ସୂଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ