ମଞ୍ଚଜ୍ୟୋତି ତରଫରୁ ବନ୍ଧୁ ମିଳନ, ଆଲୋଚନା ଚକ୍ର ଅନୁଷ୍ଠିତ

ଭଂଜନଗର,(ଯୁଗାବ୍ଦ ନ୍ୟୁଜ୍‌): ଭଂଜନଗର ସହର ସନ୍ନିକଟ ଲୁଦ୍ ଲୁଦ ଗ୍ରାମ ଠାରେ ରାଜ୍ୟର ଏକ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ମଞ୍ଚଜ୍ୟୋତି ତରଫରୁ ନୂତନ ବର୍ଷ ଅବସରରେ ବନ୍ଧୁ ମିଳନ ସହ କଳାକାର ସଂଘର ପ୍ରୟୋଜକ ଶୀର୍ଷକ ଆଲୋଚନା ଚକ୍ର ନାଟ୍ୟ ବିଦ୍ୟା ବୁଦ୍ଧ ପ୍ରଫୁଲ ବେହେରାଙ୍କ ଅଧକ୍ଷତାରେ ଆଲୋଚନା ଚକ୍ର ବୁୁଧବାର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନା ଚକ୍ରରେ ଦକ୍ଷିଣ ଓଡିଶାର ବରିଷ୍ଠ କଳାକାର ମହାସଂଘର ଉପଦେଷ୍ଟା ନାଟ୍ୟକାର ସୁରେନ୍ଦ୍ର କୁମାର ଜେନା, ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ଗଂଜାମ ଜିଲ୍ଳା ବରିଷ୍ଠ କଳାକାର ସଂଘର ଭଂଜନଗର ସଂଯୋଜକ ତଥା ମଂଚ ଅଭିନେତା ଜୟକୃର୍ଷ୍ଣ ପଟ୍ଟନାୟକ ଯୋଗ ଦେଇଥିଲେ ।ଏହି ଅବସରରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଫାଏର ବ୍ରିଗଡେ୍ ହାବିଲଦାର ଧବଳେଶ୍ୱର ପ୍ରଧାନ ,ସମ୍ମାନୀତ ଅତିଥିଭାବେ ଯୋଗ ଦେଇ ବନ୍ଧୁ ମିଳନ ପର୍ବର ତାପ୍ତର୍ଯ୍ୟ ବିଷୟରେ ଆଲୋକପାତ କରିଥିଲେ । ମଂଚ ଜ୍ୟୋତିର ସଂପାଦକ ନୃତ୍ୟାଚର୍ଯ୍ୟ ସୁବାସ ଚନ୍ଦ୍ର ସାହୁ , ରୋଶନ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ ।ପରିଶେଷରେ ପ୍ରମୋଦ କୁମାର ବରାଡ ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିବା ବେଳେ ସ୍ଥାନୀୟ କଳାକାର ମାନେ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ