ପୃଥକ ପୃଥକ ଦୁର୍ଘଟଣାରେ ତିନି ଆହତ
ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍) : ନୂତନ ବର୍ଷ ପାଳନ ଅବସରରେ ଗତକାଲି ରାତିରେ ପୃଥକ ପୃଥକ ଦୁର୍ଘଟଣାରେ ୩ ଜଣ ଆହାତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ମରୈଗାଁର ସୋମନାଥ ତିଆଡି ନାମକ ଜଣେ ଯୁବକ ଜଣେ ସମ୍ପର୍କୀୟଙ୍କୁ ଦଧିବାବନପୁରରେ ଛାଡିବାକୁ ଯାଇ ବାଇକରେ ଫେରୁଥିବାବେଳେ ବଞ୍ଚୋଛକ ନିକଟରେ ରାସ୍ତା କଡରେ ରଖାଯାଇଥିବା ଏକ ପିଚୁ ମେସିନକୁ ଧକ୍କା ଦେଇ ଛିଟିକି ପଡିଥିଲେ । ସ୍ଥାନୀୟ ଲୋକମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହାଟଡିହି ଦମକଳ ଯୋଗେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ । ତାଙ୍କ ଅବସ୍ଥା ଶଙ୍କଟାପର୍ଣ୍ଣ ଥିବାରୁ ତାଙ୍କୁ କଟକ ବଡଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ସେହିପରି ଦଧିବାବନପୁର ନିକଟରେ ଜଣେ ବାଇକ ଆରୋହୀ ବାଇକ ଦୁର୍ଘଟଣାର ଶୀକାର ହୋଇ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ଆମ୍ବୁଲାନସ ଯୋଗେ ସ୍ଥାନୀୟ ଲୋକମାନେ ଆନନ୍ଦପୁର ମେଡିକାଲକୁ ପଠାଇଥିଲେ । ଢ଼େଙ୍କା ଆମ୍ବ ଗଡିଆ ଛକ ନିକଟରେ ଏକ ବାଇକ ଆରୋହୀ ଦୁର୍ଘଟଣାର ଶୀକାର ହୋଇଥିବାବେଳେ ସ୍ଥାନୀୟ ଲୋକମାନେ ଗୁରୁତର ଅବସ୍ଥାରେ ଏକ ବ୍ୟକ୍ତିଗତ ଗାଡିରେ ତାଙ୍କୁ ଆନନ୍ଦପୁର ଡାକ୍ତରଖାନାକୁ ପଠାଇଥିଲେ ।


