ମଞ୍ଜୁରୀରୋଡ ଠାରେ ୧୦୮ ଆମ୍ବୁଲାନ୍ସ ସେବା ଲୋକାର୍ପିତ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା):ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ମଞ୍ଜୁୀରୋଡ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଆଜି ରାଜ୍ୟ ସରକାରଙ୍କ ୧୦୮ ଆମ୍ବୁଲାନ୍ସ ସେବା ଲୋକାର୍ପିତ ହୋଇଯାଇଛି । ଏହି ଉପଲକ୍ଷେ ରୋଗୀ କଲ୍ୟାଣ ସମିତିର ସଭାପତି ଦିପ୍ତିସୂର୍ଯ୍ୟ ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ସାଂସଦ ମଞ୍ଜୁଲତା ମଣ୍ଡଳ ଉପସ୍ଥିତ ରହି ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଆମ୍ବୁଲାନ୍ସ ସେବାକୁ ଲୋକାର୍ପିତ କରିଥିଲେ । ସମ୍ମାନୀତ ଅତିଥି ଭାବେ ବିଧାୟକ ପ୍ରଫୁଲ୍ଲ ସାମଲ ଯୋଗଦେଇ ଲୋକମାନଙ୍କ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ୧୦୮ ଆମ୍ବୁଲାନ୍ସ ସେବାର ଗୁରୁତ୍ୱ ଥିବା କହିଥିଲେ । ଅଞ୍ଚଳର ଲୋକମାନଙ୍କ ଦାବିକୁ ହୃଦୟଙ୍ଗମ କରି ରାଜ୍ୟ ସରକାର ଉକ୍ତ ସେବା ଯୋଗାଇଥିବାରୁ ବିଧାୟକ ଶ୍ରୀଯୁକ୍ତ ସାମଲ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ । ଅନ୍ୟତମ ଅତିଥି ଭାବେ ଧାମନଗର ପ୍ରାକ୍ତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ସନ୍ତୋଷ ପାତ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡା.କମଳାକାନ୍ତ ସ୍ୱାଇଁ, ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ପ୍ରୟାସକାନ୍ତି ସାମଲ, ମହିଳା ନେତ୍ରୀ ସୁଜାତା ଜେନା, ଜିଲ୍ଲା ବିଜେଡି ଯୁବ ସଭାପତି ମୁକୁନ୍ଦଦେବ ସାମଲ, ସରପଞ୍ଚ ସଦାଶିବ ଦାସ ଯୋଗଦେଇ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଥିଲେ । ଏତଦବ୍ୟତୀତ ସମାଜସେବୀ ଜଗନ୍ନାଥ ଭାରତୀ, ପ୍ରଦୀପ ଜେନା, ଜଗନ୍ନାଥ ଜେନା ପ୍ରମୁଖ ବିଭିନ୍ନ ବକ୍ତବ୍ୟ ପ୍ରଦାନ କରିଥିଲେ । ସ୍ୱାଗତଭାଷଣ ଓ ଅତିଥିପରିଚୟ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଦେବାଶିଷ ପତି ଦେଇଥିବାବେଳେ ମେଡିକାଲ ସୁପରଭାଇଜର ନବଘନ ଦାସ ଧନ୍ୟବାଦ ଦେଇଥିଲେ । ଆୟୋଜିତ କାର୍ଯ୍ୟକ୍ରମକୁ ବିପିଏମ ରଶ୍ମିରେଖା ପୃଷ୍ଟି, ମନୋରଞ୍ଜନ ରାଉତ, ପଙ୍କଜ କୁମାର ବେହେରା, ଶୁଭ୍ରା ଗାଙ୍ଗୁଲି, ଯଶୋବନ୍ତ ପହି, ପ୍ରଣତି ପହି, ରୁନୁବାଳା ମହାପାତ୍ର, ପ୍ରଶାନ୍ତ ବାରିକ ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ