ନିଶାଶକ୍ତ ଚାଳକ ଗିରଫ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା):ଭଣ୍ଡାରିପୋଖରୀ ଥାନା ପକ୍ଷରୁ ଗତ ରବିବାର ବିଳମ୍ବିତ ରାତ୍ରୀରେ ପେଟ୍ରୋଲିଂ କରାଯାଉଥିବାବେଳେ ଜାତୀୟ ରାଜପଥରେ ଯାଉଥିବା ଗାଡି ଗୁଡିକ ଉପରେ ନଜର ରଖାଯାଉଥିଲା । କେଉଁ ଗାଡିର ଡ୍ରାଇଭର ନିଶାସକ୍ତ ଅବସ୍ଥାରେ ଗାଡି ଚାଳନା କରୁଛି ତାହା ଉପରେ ପୁଲିସ ତନତନ କରି ନଜର ରଖିଥିଲା । ପାଳଦା ବାଙ୍କ ଠାରେ ଏକ ଗଳା ପୋଲ ନିର୍ମାଣ ହେଉଥିବାବେଳେ ଗୋଟିଏ ପାଖରେ ଗାଡି ଯାଉଥିବାରୁ ଓଏସ୦୭ସିଏ୮୦୮୯ ଗାଡିଟି ଦୃତ ଗତିରେ ଯାଉଥିବା ପୁଲିସ ଦେଖିବାକୁ ପାଇଥିଲା । ଏହାପରେ ପୁଲିସ ଗାଡିଟିକୁ ଅଟକାଇଥିବାବେଳେ ଏହାର ଚାଳକ ପଙ୍କଜ କୁମାର ରାୟ ନିଶାସକ୍ତ ଥିବା ଜଣାପଡିଥିଲା । କୌଣସି ନିଶାଦ୍ରବ୍ୟ ସେବନ କରି ଗାଡି ଚାଳନା କରିବା ଆଇନତଃ ଅପରାଧ ହୋଇଥିବାରୁ ପୁଲିସ ଟ୍ରକ ସହିତ ଚାଳକକୁ ଗିରଫ କରିଥିଲା । ଏନେଇ ଥାନା ପକ୍ଷରୁ ଆଜି ୮/୨୧ରେ ମାମଲା ରୁଜୁ କରାଯାଇଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ