ମଣିପୁର ସରକାର ୧୫ ଯାଏଁ ବଢାଇଲେ ଲକଡାଉନ୍

ନୂଆଦିଲ୍ଲୀ: ଦିନକୁ ଦିନ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି । କରୋନା ପାଇଁ ବିଭିନ୍ନ ରାଜ୍ୟ ଲକଡାଉନ ଓ ସଡଡାଉନର ଅବଧି ବଢାଉଛନ୍ତି । ଏହିକ୍ରମରେ ମଣିପୁରର ମୁଖ୍ୟମନ୍ତ୍ରୀ ଏନ୍ ବୀରେନ୍ ସିଂହ ରବିବାର କହିଛନ୍ତି ଯେ ତାଙ୍କ ସରକାର ଜାରି ଲକଡାଉନକୁ ଆହୁରି ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏହାକୁ ଜୁଲାଇ ୧ରୁ ୧୫ଯାଏଁ ବଢ଼ାଯାଇଛି। ରାଜ୍ୟରେ ଏବେ ଯାଏଁ କରୋନା ଭାଇରସ୍ ସଂକ୍ରମଣର ୧,୦୯୨ମାମଲା ସାମନାକୁ ଆସି ସାରିଛି। ଆଗାମୀ ଜୁନ୍ ୩୦ରେ ଲକଡାଉନ୍ ହଟାଯିବାର ସମ୍ଭାବନା ପ୍ରକାଶ କରାଯାଉଥିଲା। ଆନ୍ତଃ ଜିଲ୍ଲା ବସ୍ ସଞ୍ଚାଳନ ଜୁଲାଇ ୧ରୁ ୧୫ ମଧ୍ୟରେ ଜାରି ରହିବ ଏବଂ ଏହି ସମୟରେ କୋଭିଡ-୧୯ ସମ୍ବନ୍ଧିତ ସମସ୍ତ ସୁରକ୍ଷା ନିୟମ ପାଳନ କରିବ। ଏହି ସମୟରେ ଅନ୍ୟ କୌଣସି ସାର୍ବଜନିକ ପରିବହନ ସଞ୍ଚାଳନର ଅନୁମତି ମିଳିବ ନାହିଁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ