ମଣିମା

ମଣିମା ମଣିମା
କେତେ ଡାକୁଥିବୁ
କୁହ ହେ ମଣିମା କୁହ,
ମଣିମା ମଣିମା
ଡାକି ଡାକି ନିତି
କୋଉ ଲାଭ ଭଲା କୁହ ।

ମଣିମା ମଣିମା
ଡାକ ନ ଡାକିଲେ
ନିଦ ଭାଙ୍ଗେ ନାହିଁ ତୋର,
ନିଦ ଭାଙ୍ଗିଦେଇ
ଗୁହାରି କରଇ
ଦୋଷଥିଲେ କ୍ଷମାକର ।

ଛୋଟ ପିଲା କ’ଣ
ତୁମେ ହୋଇଛ କି
ଡକା ପଡୁଥିବ ସଦା,
ବାସି ଫୁଲ ସେଜେ
ଅଳସ ଭାଙ୍ଗୁଛ
ଶ୍ରୀଅଙ୍ଗକୁ ନୋହେ ବାଧା ।

ବାଧାଲାଗେ ବୋଲି
କବାଟ ବାଡାଏ
ଡରରେ ସାହସ ବାନ୍ଧି,
ବାଧିଲେ ମଣିମା
ଦଣ୍ଡ ଦେଇପାର
ଭାବ ଯଦି ଅପରାଧି ।

ଯାହା ଇଛା ତାହା
କର ହେ ମଣିମା
ନିରବଧି ଡାକୁଥିବି,
ମଣିମା ମଣିମା
ଡାକି ନ ପାରିଲେ
ମଣିମା ଡାକ ଶୁଣିବି ।

ଗଦାଧର ସାହୁ,ବ୍ରହ୍ମଗିରି,ପୁରୀ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ