ମଣିଷର ପରିବର୍ତନ ମାନସିକତା ଓ ବାୟୁମଣ୍ଡଳରେ ପରିବର୍ତ୍ତନ ମଡ଼କ ପଡିଲେଣି ବାଇ ଚଢ଼େଇ
କଳାହାଣ୍ଡି, (ଚିତ୍ତରଞ୍ଜନ ବିଷି ): ପ୍ରକୃତିର ଏକ ସୁନ୍ଦର ଉପହାର ବାଇ ଚଢେଇ। ତା’ଠାରୁ ତା’ ବସାକୁ ନେଇ ଅଧିକ ଚର୍ଚ୍ଚା। ଏହି ସୁନ୍ଦର ପକ୍ଷୀକୁ ନେଇ କେତେ ଯେ କାହାଣୀ କେତେ ଯେ କବିତା। କିନ୍ତୁ ମନୁଷ୍ୟର ଆଧୁନିକ ଜୀବନଶୈଳୀ ଯୋଗୁଁ ଏହି ପକ୍ଷୀ ଏବେ ବିଲୁପ୍ତ ହେବାକୁ ବସିଲାଣି। ଗାଁ ମୁଣ୍ଡ ତାଳ ଗଛରେ ଆଉ ଶୁଭୁନି ବାଇ ଚଢେଇଙ୍କ କିଚିରି ମିଚିରି ଶବ୍ଦ। ମୁଁବାଇ ଚଢେଇ କହୁଛି ହେ ମଣିଷ ତମେ ଗଛ କାଟିଲ ଆମେ ଦୁର୍ଦ୍ଦଶା ଭୋଗିଲୁ ତୁମେ ମୋବାଇଲ 5ଜି ଟାୱାର ଲଗାଇଲ ଆମ ବଂଶ ନିପାତ ପାଇଁ ବାଟ ଖୋଲିଦେଲ ଆଉ କେତେ କଷ୍ଟ ସହିବାକୁ ହେବ ଆମକୁ ତୁମେ ଯେତିକି ଯେତିକି ପ୍ରକୃତିକୁ ନଷ୍ଟ କରିଲଣି ଆମ ଜୀବଜନ୍ତୁଙ୍କ ବଂଶ ସେତିକି ଲୋପ ପାଇବାକୁ ବସିଲଣି ତୁମ କର୍ମ ପାଇଁ ଏବେ ପ୍ରକୃତି ଦେଖାଉଛି କରାଳ ରୂପ ପୂର୍ବରୁ କୁଆ ପଥର ଦେଖିଲେ ଖୁସିରେ କୋଇଲି ଗୀତ ଗାଉଥିଲା କୁଆ ମଧ୍ୟ ରା ରା କରୁଥିଲା ମୁଁ ମଧ୍ୟ ଖୁସିରେ ଝୁମୁଥିଲି ହେଲେ ଏବେ ଆଉ ଏହା ଦେଖିବାକୁ ମିଳିନୁ ହେ ମଣିଷ ତୁମେ ସିନା ଆଜି ଆମର ଦୁର୍ଦ୍ଦଶା ଦେଖୁଛ କିନ୍ତୁ ଏହା ଭଗବାନ ତମକୁ ଆମ ଜରିଆରେ ସତର୍କ କରୁନାହାନ୍ତି ତ ତୁମେ ମାନେ ଯଦି ଏହିଭଳି ପ୍ରକୃତି ସହିତ ଖେଳ ଖେଳିବ ତାହାଲେ ହୁଏତ ଆଗକୁ ତମ ଅବସ୍ଥା ବି ମୋ ଭଳି ନ ହେବ କିଏ ବା ଜାଣିଛି, ସୁଧୁରି ଯାଓ ପ୍ରକୃତି ସହିତ ଖେଳ ଖେଳ ନାହିଁ.