ମଣ୍ଡଳ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଗୋପ ନିଗମାନନ୍ଦ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ମଣ୍ଡଳ ସ୍ତରୀୟ ବିଜ୍ଞାନ ମେଳା ଉଦଘାଟିତ ହୋଇଯାଇଛି ।ଉକ୍ତ ଉତ୍ସବ ରେ ସଭାପତିତ୍ୱ କରିଥିଲେ ଗୋପ ମଣ୍ଡଳ ଶିକ୍ଷା ଅଧିକାରୀ ସୁଶୀଲ କୁମାର ବ୍ରହ୍ମା । ଅତିଥି ଭାବେ ଗୋପ ବ୍ଲକ ଅଧ୍ୟକ୍ଷା ଝୁନୁ ମଲ୍ଲିକ, ଉପାଧ୍ୟାକ୍ଷ ବନରଞ୍ଜନ ପଟ୍ଟନାୟକ ,ନିଗମାନନ୍ଦ ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମନୋରଞ୍ଜନ ପଟ୍ଟନାୟକ , ବ୍ଲକ ବି ଆର ସି ସି ବେଣୁଧର ମଲ୍ଲିକ, ସହକାରୀ ମଣ୍ଡଳ ଶିକ୍ଷା ଅଧିକାରୀ ପୁଷ୍ପା ମିଶ୍ର ଓ ଅଶୋକ ବେହେରା ପ୍ରମୁଖ ଯୋଗ ଦେଇଥିଲେ ।ମଞ୍ଚ ପରିଚାଳନା କରିଥିଲେ ଗୋପ ଆଦର୍ଶ ବିଦ୍ୟାଳୟ ର ସଂଗୀତ ଅଧ୍ୟାପିକା ସୁଶ୍ରୀ ରଶ୍ମିତା ନନ୍ଦ । ଏହି ବିଜ୍ଞାନ ମେଳା ରେ ମୋଟ ୧୩୦ ଟି ପ୍ରକଳ୍ପ ସ୍ଥାନ ପାଇଥିଲା ଓ ଗୋପ ଶିକ୍ଷା ମଣ୍ଡଳ ର ସମସ୍ତ ଉଚ୍ଚ ବିଦ୍ୟାଳୟ ,ପ୍ରାଥମିକ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ଭାଗ ନେଇଥିଲେ ।ଏହି ମଣ୍ଡଳ ସ୍ତରୀୟ ବିଜ୍ଞାନ ମେଳା କୁ ଦେଖିବା ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଗ୍ରହ ବୃଦ୍ଧି ପାଇଥିଲା । ପ୍ରଦୂଷଣ ରୁ ରକ୍ଷା ଓ ପରିବେଶ ସୁରକ୍ଷା ର ଥିମ କୁ ନେଇ ପ୍ରଥମକରି ଗୋପ ଆଦର୍ଶ ବିଦ୍ୟାଳୟ ରୁ ୬ ଟି ପ୍ରକଳ୍ପ କୁ ଛାତ୍ରଛାତ୍ରୀ ପ୍ରଦର୍ଶିତ କରିଥିଲେ ଯାହାକୁ ବୁଲି ଦେଖି ଅତିଥି ମାନେ ପ୍ରଶଂସା କରିଥିଲେ।