ମଣ୍ଡାକିଆରେ ଆରମ୍ଭ ହେଲା ବାର୍ଷିକ ଷୋହଳ ପଞ୍ଚ ମହାଯଜ୍ଞ

ରାଇକିଆ , (ଆଦିତ୍ୟ ପ୍ରସାଦ ପାଢ଼ୀ) : କନ୍ଧମାଳ ଜିଲା ରାଇକିଆ ବ୍ଲକ ମଣ୍ଡାକିଆ ପଞ୍ଚାୟତ ପୁଷ୍ପଗିରି ରାମମନ୍ଦିର ଠାରେ ପବିତ୍ର ରାମନବମୀ ଉପଲକ୍ଷେ ୪୧ତମ ବାର୍ଷିକ ଷୋହଳ ପହରୀ ପଞ୍ଚ ମହାଯଜ୍ଞ ଉତ୍ସବ ଶୁକ୍ରବାର ଆରମ୍ଭ ହୋଇଛି । ଅପରାହ୍ନ ୨ ଘଟିକା ସମୟରେ ବୁଡାମାହା ନଦୀରେ ଗଙ୍ଗା ମ।ତାକୁ ଆବାହନ କରି ୩୦୦ରୁ ଉର୍ଦ୍ଧ ମହିଳା, ଯୁବତୀମାନେ କଳସୀରେ ଜଳ ଧରି ଏକ ଶୋଭାଯାତ୍ରାରେ ବାହାରି ଯଜ୍ଞ ସ୍ଥଳରେ କଳସ ସ୍ଥାପନ କରିଥିଲେ । ପରେ ଅଧିବାସ କର୍ମ , ଶନିବାର ପ୍ରାତଃ ୫ ଘଟିକା ସମୟରେ ପ୍ରଭାତ ପରିକ୍ରମା, ୬ ଘଟିକା ସମୟରେ ପଞ୍ଚ ମହାଯଜ୍ଞ ଆରମ୍ଭ ହେବ, ରବିବାର ପୂର୍ବାନୁରୂପ ଯଜ୍ଞ କାର୍ଯ୍ୟକ୍ରମ ଚାଲୁରହିବ, ସୋମବାର ୧୧ ଘଟିକା ସମୟରେ ପୂର୍ଣାହୁତି, ୧୨ ଘଟିକା ସମୟରେ ଜ୍ଞାନଯଜ୍ଞ ପରେ ୧୨.୩୦ ଘଟିକା ସମୟରେ ଯଜ୍ଞ ଚରୁ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଏହିପରି ଚାରିଦିନ ଧରି ମହାଯଜ୍ଞ ଉତ୍ସବ ଚାଲୁରହିବ । କାର୍ଯ୍ୟକ୍ରମ ପରିଚାଳନା ପାଇଁ କମିଟି ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । କମିଟିର ପକ୍ଷରୁ ସଭାପତି ଶରତ ଚନ୍ଦ୍ର ପ୍ରଧାନ, ଉପସଭାପତି ସନ୍ତୋଷ ପ୍ରଧାନ, ସଂପାଦକ ତାପସ ଦଳବେହେରା, ସହସଂପାଦକ ଦୀପ୍ତି ରଞ୍ଜନ ପ୍ରଧାନ, କୋଷାଧ୍ୟକ୍ଷ କୁଶନାଥ ପ୍ରଧାନ, ଉପଦେଷ୍ଟା ମଣ୍ଡଳୀ ଶୁଭକାନ୍ତ ପ୍ରଧାନ, ଭାସ୍କର ପ୍ରଧାନ, ଉମାଚରଣ ପ୍ରଧାନ, ବନ୍ଧୁରାଜ ପ୍ରଧାନ, ଅରବିନ୍ଦ ପ୍ରଧାନ, ସତ୍ୟନାରାୟଣ ସାହୁ ଏବଂ ଅଶୋକ ପ୍ରଧାନଙ୍କ ସମେତ ସମସ୍ତ ସଦସ୍ୟ ଏବଂ ଗ୍ରାମବାସୀ ମିଶି କାର୍ଯ୍ୟକ୍ରମଟିକୁ ପରିଚାଳନାରେ ସହଯୋଗ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ