ମତଦାନ କେନ୍ଦ୍ରରେ ରେଗିଂ ଅଭିଯୋଗ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ ) :-ତ୍ରିସ୍ତରୀୟ ପଞ୍ଚାୟତ ପ୍ରଥମ ପର‌୍ୟ୍ୟାୟ ନିର୍ବାଚନ ପରିସମାପ୍ତି ଘଟିଛି । ଦିଗପହଣ୍ଡି ବ୍ଳକ୍ ର ସର୍ବମୋଟ ୩୮୧ ବୁଥ୍ ରେ ମତଦାନ ପକ୍ରୀୟା ଶାନ୍ତିଶୃଙ୍ଖଳା ସହକାରେ ସମାପନ ହୋଇଥିବା ବେଳେ ଚଷାନିମଖଣ୍ଡି ଗ୍ରାମପଞ୍ଚାୟତ ଅନ୍ତର୍ଗତ ତାଳପଡା ଗ୍ରାମର ମତଦାନ କେନ୍ଦ୍ର ରେ ରେଗିଂ ହୋଇଥିବା ଅଭିଯୋଗ ହୋଇଛି । ଏଥିରେ ଅନେକ ମତଦାତାମାନେ ମତଦାନରୁ ବଞ୍ଚିତ ହୋଇଥିବା ଖବର ମିଳିଛି । ମତଦାନ ସମୟରେ କେତେକ ବୁଥ୍ ରେ ଉଭୟ ଗୋଷ୍ଠୀ ମଧ୍ୟରେ ଉତେଜନା ହୋଇଥିବା ସୁଚନା ମିଳିଛି । ମତଦାନ ହାର ୬୮% ହୋଇଥବା ନିର୍ବାଚନ ଅଧିକାରୀ ତଥା ବି.ଡି.ଓ ହଳଧର ଶବର କହିଛନ୍ତି । ସକାଳ ୭ ଘଣ୍ଟା ଠାରୁ ମଧ୍ୟାହ୍ନ ୧ ଘଣ୍ଟା ପର‌୍ୟ୍ୟନ୍ତ ମତଦାନ ଦେବା ପାଇଁ ନିୟମ ରହିଥିବା ବେଳେ ସିଦ୍ଧେଶ୍ୱର, ଫାସିଗୁଡା, ବାସୁଦେବପୁର, କଇଠଖଣ୍ଡି ପଞ୍ଚାୟତର ଅନେକ ବୁଥ୍ ର ସନ୍ଧ୍ୟା ୬ ଘଣ୍ଟା ପର୍ଯ୍ୟନ୍ତ ମତଦାନ ଚାଲୁ ରହିଥିଲା । ମତଦାନ ପକ୍ରୀୟା ବିଳମ୍ବିତ ହୋଇଥିବା ଯୋଗୁଁ ଭୋଟରମାନେ ଭୋଟ ଦେବା ପାଇଁ ଘଣ୍ଟା ଘଣ୍ଟା ଧରି ଧାଡିରେ ହୋଇଥିଲେ । ମତଦାନ କେନ୍ଦ୍ର ରେ ନୂତନ ଭୋଟରମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା । ଦିଗପହଣ୍ଡ ବ୍ଲକ ଆଙ୍କୋରଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ୩ ନଂ ଓ୍ବାର୍ଡ ପାଇଁ ଆଦର୍ଶ ମତଦାନ କେନ୍ଦ୍ର (ପିଙ୍କ୍ ବୁଥ୍ ) ର ବ୍ୟବସ୍ଥା କରାଯାଇଥିଲା । ଏହି ବୁଥ୍ ରେ ମହିଳା ପ୍ରିଜାଇଡିଂ ଅଫିସର୍ ମାନେ ନିଯୁକ୍ତି ପାଇଥିଲେ । ଏହି ବୁଥ୍ ପରିଦର୍ଶନରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମ୍ବୃତ କୁଲାଙ୍ଗେ ପରିଦର୍ଶନରେ ଆସିଥିଲେ । ଦିଗପହଣ୍ଡି ବ୍ଲକ୍ ର ପଦ୍ମନାଭପୁର ପଞ୍ଚାୟତର ସମିତିସଭ୍ୟ ନିଦ୍ବନ୍ଦରେ ନିର୍ବାଚିତ ହୋଇଥିବା ବେଳେ ୨୪ ଗୋଟି ପଞ୍ଚାୟତର ସମିତିସଭ୍ୟ,୨୫ ଗୋଟି ପଞ୍ଚାୟତର ସରପଞ୍ଚ ଓ ଚାରିଗୋଟି ଜିଲ୍ଲାପରିଷଦଙ୍କୁ ଭୋଟରମାନେ ମତସାବ୍ୟସ୍ତ କରିଥିଲେ । ନିର୍ବାଚନକୁ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ୨୪ ପ୍ଲାଟୁନ ପୁଲିସ ଫୋର୍ସ,୧୧ ଗୋଟି ମୋବାଇଲ ଟିମ୍ ସହ ୩୦ ରୁ ଉର୍ଦ୍ଧ ପୁଲିସ ଅଧିକାରୀ,ଏସ୍.ଓ.ଜି,ଡି.ବି.ଏଫ୍ ପୁଲିସ କର୍ମଚାରୀମାନଙ୍କୁ ନେଇ ସମସ୍ତ ବୁଥ୍ ରେ ପେଟ୍ରୋଲିଂ କରାଯାଇଥିଲା । ଏହି ନିର୍ବାଚନରେ ୪୨୩୮୭ ଜଣ ପୁରୁଷ ଓ ୪୩୮୭୭ ମହିଳା ଭୋଟରମାନେ ମତଦାନ କରିଥିବା ନିର୍ବାଚନ ଅଧିକାରୀଙ୍କ ଠାରୁ ସୁଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ