ମତଦାନ ପୂର୍ବରୁ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଘେରିଲେ ବିଜେପି ଓ କଂଗ୍ରେସ
ମୋହନା, (ଅଂଶୁମାନ ପଣ୍ଡା) :-ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଗଜପତି ଜିଲ୍ଲାର ମୋହନା ବ୍ଳକର ୩ଟି ଜୋନ୍ ରେ ମତଦାନ କେନ୍ଦ୍ର ୫୩୫ ଖୋଲା ଯାଇଥିବା ବେଳେ ନିଯୁକ୍ତି ପାଇଛନ୍ତି ୨୧୪୦ ଜଣ ସୁରକ୍ଷା ବାହିନୀ ଏବଂ ପ୍ରିଜାଇଣ୍ଡିଙ୍ଗ ଅଫିସର୍ ଯେପରି ମତଦାନ ଲୋକେ କରିପାରିବେ ତାକୁ ନେଇ କଡା ସୁରକ୍ଷା ରଖାଯାଇଛି । ହେଲେ ଭୋଟ ଗଣତି କେନ୍ଦ୍ରରେ ସିସି ଟିଭି କ୍ୟାମେରା ଓ ଗୃହକୁ ପରିଦର୍ଶନ କରିବା ପାଇଁ କଂଗ୍ରେସର ୧୦ ନଂ ଜୋନ ଅଡବା ପ୍ରାର୍ଥିନୀ ରିନା ପ୍ରଧାନ ଓ ତାଙ୍କ ସହଯୋଗୀ ସହ ମୋହନା ହାଇସ୍କୁଲକୁ ଆସି ପହଂଚି ଥିଲେ । ସେଠାରେ କୌଣସି ଅଧିକାରୀ ନଥିବାରୁ ମୋହନା ବ୍ଳକ ପରିସରକୁ ଯାଇ ବିଜେପିର ଶତାଧିକ କର୍ମୀ ଓ କଂଗ୍ରେସର ଶତାଧିକ କର୍ମୀ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଅନାମ ପାତ୍ରଙ୍କୁ ସାକ୍ଷାତ କରି ଭୋଟ ଗଣତି କେନ୍ଦ୍ର ପରିଦର୍ଶନ ପାଇଁ ଅନୁମତି ମାଗିଥିଲେ । ଅନୁମତି ପାଇଁ ଉଭୟ ଦଳର ପ୍ରାର୍ଥୀ ଓ କର୍ମୀମାନେ ହାଇସ୍କୁଲରେ ପହଂଚିବା ପରେ ବିଡିଓ ତପସ୍ୱିନୀ ହାଂସଦା ସିଧା ସଳଖ କହିଥିଲେ ଦୁଇଟି ଗୃହ ହିଁ ଦେଖାଇ ପାରିବି ଅନ୍ୟ ଗୋଟିଏ ଗୃହ ଦେଖାଇ ପାରିବି ନାହିଁ ଯାହାକୁ ନେଇ ଦୁଇ ଦଳରେ ସନ୍ଦେହ ଜାତ ହେବା ପରେ ସେହି ରୁମକୁ ଦେଖିବା ପାଇଁ ଦାବି କରିଥିଲେ ଉକ୍ତ ଗୃହରେ ପୂର୍ବରୁ ସିଲ ନହୋଇଥିବାରୁ ଉପସ୍ଥିତ ଦଳିୟ କର୍ମୀ ଓ ପ୍ରାର୍ଥୀଙ୍କ ସମ୍ମୁଖରେ ବିଡିଓ ତାକୁ ସିଲ କରିଥିଲେ ଯାହାକୁ ଉତେଜନା ସୃଷ୍ଟି ପରେ ପୁଣି ମୋହନା ବ୍ଳକକୁ ଯାଇ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଘେରିଥିଲେ ଲୋକେ ସେଠାରୁ ପ୍ରକଳ୍ପ ନିର୍ଦ୍ଦେଶକ କହିଥିଲେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ମୁଁ ବିଡିଓଙ୍କୁ ସାହାର୍ଯ୍ୟ କରିବା ପାଇଁ ଆସିଛି । ଏହି ଉତର ଶୁଣିବା ପରେ ଦୁଇ ଦଳର କର୍ମୀମାନେ ଉତେଜନା ହୋଇ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଗାଡିଙ୍କୁ ଘେରିବା ସହ ତୁରନ୍ତ ମୋହନା ବ୍ଳକରୁ ଆପଣ ଚାଲି ଯାଆନ୍ତୁ ନଚେତ ବଡଧରଣର ଉତେଜନା ସୃଷ୍ଟି ହେବା ସହ ରାଜ ରାସ୍ତାକୁ ଜନସାଧାରଣ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ଏହାପରେ ଜିଲ୍ଲାପାଳଙ୍କ ସହ ଯୋଗାଯୋଗ କରିବାରୁ ଜିଲ୍ଲାପାଳ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ ଦୁଇ ଦଳର ପ୍ରାର୍ଥୀଙ୍କୁ ଉକ୍ତ ଗୃହର ତାଲାଖୋଲି ପରିଦର୍ଶନ କରାଅ । ପରିଦର୍ଶନ ସମୟରେ ଦୁଇ ପ୍ରାର୍ଥୀ ଦେଖିବାକୁ ପାଇିଥିଲେ ଯେ ଉକ୍ତ ଗୃହରେ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପାଇଁ ଆସିଥିବା ବାଲେଟ ପେପର ୯୭୮୩ଟି, ସମିତି ସଭ୍ୟ ୮୦୧୪, ସରପଚଂ ୫୦୦, ୱାର୍ଡ ସଭ୍ୟ/ସଭ୍ୟା ୭୧,୯୦୦ ଏବଂ ଏଥି ମଧ୍ୟରୁ ରିଜେକ୍ଟ ୨୫ ପେପର ରହିଥିଲା । ଏହି ବାଲେଟ ପେପର ଏତେ ସଂଖ୍ୟାର ରହିଥିବା ଦେଖି ଦୁଇ ଦଳର କର୍ମୀ ଓ ପ୍ରାର୍ଥୀ ଜନସାଧାରଣ ମନରେ ଅନେକ ପ୍ରଶ୍ନ ସୃଷ୍ଟି କରଥିଲା ଯେ ବିଜେଡିକୁ ଜିତେଇବା ପାଇଁ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ବିଜେଡିର ପ୍ରଚାରକ ସାଜି ମୋହନା ବ୍ଳକରେ ପଡିରହିଛନ୍ତି । ସବୁ ପଚାଂୟତକୁ ବାଲେଟ ପେପର ଏବଂ ଭୋଟ ବାକ୍ସ ପଠାଯାଇଥିବା ପରେ ମଧ୍ୟ ଏତେ ପରିମାଣରେ ବାଲେଟ କାହିଁକି ଲୁଚାଇ ରଖିଥିଲେ ପ୍ରଶାସନିକ ଅଧିକାରୀ । ଏହାର ଉ୍ଚ୍ଚ ସ୍ତରୀୟ ତଦନ୍ତ ହେବା ସହ ବାହାରେ ଭୋଟ ଗଣତିର ସିଧା ପ୍ରସାରଣର ଚିତ୍ର ବାହାରେ ଜନସାଧାରଣଙ୍କୁ ଦେଖାଇ ଦିଆଯାଉ ଏବଂ ମୋହନା ବ୍ଳକରୁ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ତୁରନ୍ତ କଡାଯାଉ ବୋଲି ଦାବି କରିଛନ୍ତି ବିଜେପି ଓ କଂଗ୍ରେସ । ଅନ୍ୟପଟେ ପୂର୍ବତନ ଜିଲ୍ଲା ପରିଷଦ ପ୍ରାର୍ଥୀ କହିଛନ୍ତି ବିଜେଡିର ପ୍ରଚାର ପ୍ରସାର ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ସମସ୍ତ ମହିଳା ମଣ୍ଡଳକୁ ବୈଠକ କରି ହାତଗୁଞ୍ଜା ଦେଇ ବିଜେଡିକୁ ଜିତେଇବା ପାଇଁ ନିର୍ଦ୍ଦେଶ ଦେଉଛନ୍ତି । ଏପରିକି ମତଦାନ ବୁଧବାର ଦିନ ରହିଥିବା ବେଳେ କୌଣସୀ ପ୍ରାର୍ଥୀଙ୍କ ଏଜେଂଟ ପେପର ମିଳିନାହିଁ କିନ୍ତୁ ବିଜେଡିର ନାମ ନେଲେ ଦେଉଛନ୍ତି ଏଜେଂଟ ପେପରରେ ଦସ୍ତଖତ ।