ମତାବାଜରେ ସପିଂମଲ ଉଦଘାଟିତ

ହାଟଡିହି, (ବିକାଶ ବିଶ୍ୱାଳ ) : ହାଟଡିହି ବ୍ଲକ ମତାବାଜ ଛକରେ ‘ଶ୍ରୀୟା ଫେସନ’ ନାମରେ ଏକ ସପିଂମଲ ଉଦଘାଟିତ ହୋଇଯାଇଛି । ଏହାର ପ୍ରୋପାଇଟର ନିରଞ୍ଜନ ମହାପାତ୍ରଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯିବାପରେ ସମଣା ପଞ୍ଚାୟତର ସରପଞ୍ଚ ପତିତ ପାବନ ନନ୍ଦ, ଅବସରପ୍ରାପ୍ତ ଏବିଇଓ ନୃଷିହ ଚରଣ ସେନାପତି ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ସପିଂ ମଲ ଦ୍ୱାରା ଆଖପାଖ ଅଞ୍ଚଳର ଲୋକମାନେ ଦୁରଦୁରାନ୍ତକୁ ନଯାଇ ସୁଲଭ ମୁଲ୍ୟରେ ସାମଗ୍ରୀ କ୍ରୟ କରିପାରିବେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ଉତ୍ସବରେ ଜିଲ୍ଲାପରିଷଦ ସଦସ୍ୟ ସୁରେନ୍ଦ୍ର କୁମାର ଜେନା, ଧର୍ମେନ୍ଦ୍ର ଜେନା, ଶ୍ରୀକାନ୍ତ ସେନାପତି, ସ୍ମିତ ରଞ୍ଜନ ସେନାପତି, ନାରାୟଣ ନାୟକ, ମାନସ ସା, ମୁରଲୀଧର ସା, ସଦାଶିବ ରାଉତ, ଜୟନ୍ତ ଦେବତା, ଶିଶିର ମହାପାତ୍ର, ସୁରେଶ ସା, ମାଧବାନନ୍ଦ ରାଉତ, ବିରେନ୍ଦ୍ର ସା, ପ୍ରଫୁଲ ବେହେରାଙ୍କ ସମେତ ଶତାଧିକ ଲୋକ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ