ମତ୍ସ୍ୟ ଚାଷ ପ୍ରକଳ୍ପ ପରିଦର୍ଶନ କଲେ ଅଧିକାରୀ
ବନ୍ତ,(ଚାନ୍ଦିନୀ ମହାନ୍ତି) : ରାଜ୍ୟ ସରକାର ମହିଳା ମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଲକ୍ଷ୍ୟରେ ମିଶନଶକ୍ତି ମାଧ୍ୟମରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଏପରିପେକ୍ଷୀରେ ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ମହିଳା ମାନଙ୍କୁ ମତ୍ସ୍ୟ ଚାଷ ଉପରେ ପ୍ରୋତ୍ସାହନ ଦିଆଯାଉଥିବା ଦେଖାଯାଇଛି । ବ୍ଲକର ବିଭିନ୍ନ ମତ୍ସ୍ୟ ଚାଷ ପ୍ରକଳ୍ପ ଗୁଡିକୁ ଅଧିକାରୀ ମାନେ ପରିଦର୍ଶନ କରିଥିବା ଜଣାଯାଇଛି । ବିଟି ପୁର ପଞ୍ଚାୟତର ପଟେଶ୍ୱରୀ ସ୍ୱୟଂ ସହାୟକ ଗୋଷ୍ଠୀ ଓ ଓଡଙ୍ଗ ପଞ୍ଚାୟତ ସରମରାସ୍ଥିତ ମା’ ତାରିଣୀ ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ପଞ୍ଚାୟତ ପୁଷ୍କରିଣୀ ନିଲାମ ଧରାଯାଇ ମାଛ ଜାଆଁଳ ଛଡା ଯାଇଛି । ଉଭୟ ସ୍ଥାନରେ ବ୍ଲକ ସହକାରୀ ମତ୍ସ୍ୟ ଅଧିକାରୀ ଶୁଭସ୍ମିତା ଘଡାଇ, ମିଶନଶକ୍ତିର ବି.ପି.ସି ଚିରଞ୍ଜୀବ୍ ଦାସ, ସରପଞ୍ଚ କିଶୋର କିଙ୍କର ପଢିଆରୀ, ସତ୍ୟବାନ ଦାସ, ପଟେଶ୍ୱରୀ ଏସ୍.ଏଚ୍.ଜିର ସଭାନେତ୍ରୀ ସଂଯୁକ୍ତା ଘଡେଇ, ସଂପାଦିକା ଯମୁନା ଘଡେଇ, ମା’ ତାରିଣୀ ଏସ୍.ଏଚ୍.ଜିର ସଭାନେତ୍ରୀ ମାଳତୀ ପୁହାଣ, ସଂପାଦିକା ପ୍ରଶାନ୍ତା ଦାସଙ୍କ ସମେତ ସମସ୍ତ ସଭ୍ୟା ଉପସ୍ଥିତ ଥିଲେ ।