ମଦବେପାରୀ ଠାରୁ ମିଳିଥିବା ପୁଳା ପୁଳା କଳା ଟଙ୍କା ବିରୋଧ ରେ ବିଜେପି ର ବିକ୍ଷୋବ କୁଶପୁତ୍ତଳିକା ଦାହ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଗଞ୍ଜାମ ଜିଲାର ଭଞ୍ଜନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ଘୁମୁସର ସାଙ୍ଗଠନିକ ଜିଲ୍ଲା ପକ୍ଷରୁ ଦୁର୍ନିତୀ ଭ୍ରଷ୍ଟାଚାର ବିରୋଧରେ ବିକ୍ଷୋଭ କରାଯିବା ସହ ଆୟକର ବିଭାଗ ପକ୍ଷରୁ ଚଢଉ ହୋଇଥିବା କଂଗ୍ରେସ ଦଳ ପକ୍ଷରୁ ଥିବା ରାଜ୍ୟ ସଭା ସାଂସଦ ଧୀରୋଜ ସାହୁଙ୍କ କୁଶପୁତଳିକା ଦାହ କରାଯାଇଥିଲା। ପ୍ରାୟ ୫୦୦ କୋଟି ଟଙ୍କାରୁ ଉର୍ଦ୍ଧ୍ଵ ଟଙ୍କା ବର୍ତ୍ତମାନ ସୁଦ୍ଧା ଜବତ କରାଯାଇଥିବା ବେଳେ କାହା ଛତ୍ରଛାୟାରେ ଓଡ଼ିଶା ଭଳି ଗରୀବ ରାଜ୍ୟରେ ସେ ଏତେ ବଡ ସାମ୍ରାଜ୍ୟ ଗଢିଥିଲେ ତାହାର ପ୍ରକୃତ ଯାଞ୍ଚ କରିବାକୁ ବିଜେପି ପକ୍ଷରୁ ଦାବି କରାଯାଇଥିଲା। ବିଜେପି ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲ୍ଲିକଙ୍କ ନେତୃତ୍ବରେ ବହୁ ନେତା ଓ କର୍ମୀ ଏହି ଆନ୍ଦୋଳନରେ ସାମିଲ ହୋଇ କଂଗ୍ରେସ ସାଂସଦଙ୍କ ମଦ ବେପାରର କଳା କାରନାମା ବର୍ତ୍ତମାନ ପଦାକୁ ଆସିଥିବା ବେଳେ ଜନସାଧାରଣଙ୍କ ପାଇଁ ଉଦିଷ୍ଟ ଏହି ଟଙ୍କାକୁ ମୋଦି ସରକାର ବେଆଇନ ମହଜୁଦ ରଖିଥିବା ସମସ୍ତ ଭ୍ରଷ୍ଟାଚାରଙ୍କ ନିକଟରୁ ଅସୁଲ କରିବେ ବୋଲି ପ୍ରକାଶ କରିଥିଲେ। ରାଜ୍ୟ ସରକାରଙ୍କ ବିନା ପ୍ରୋତ୍ସାହନରେ ଏତେ ପରିମାଣର ଟଙ୍କା ଜମା ରଖିବା ସମ୍ଭବ ନଥିବା ବେଳେ ମାଫିଆ ମାନଙ୍କୁ ସୁରକ୍ଷା ଦେଉଥିବା ଅଭିଯୋଗ କରିଥିଲେ। ପ୍ରତିବାଦ ଜଣାଇବା ପରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧୀରୋଜ ସାହୁଙ୍କ କୁଶପୁତଳିକା ଦାହ କରିଥିଲେ। ସ୍ବଚ୍ଛ ଭାରତ ଅଭିଯାନର ପ୍ରମୁଖ ମହେଶ ମହାନ୍ତି,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଦ୍ୟୁମ୍ନ କୁମାର ନାୟକ,ଉପସଭାପତି ଅଯୋଧ୍ୟାନାଥ ମହାପାତ୍ର,ବିନାୟକ ତ୍ରିପାଠୀ,ନୀଳମାଧବ ପାତ୍ର,କବିରାଜ ବେହେରା,ଅରୁଣ ପଣ୍ଡା,ବିଜୟ ସ୍ବାଇଁଙ୍କ ସମେତ ବହୁ ନେତା ଓ କର୍ମୀ ଏଥିରେ ସାମିଲ ହୋଇଥିଲେ।