ମଦ ଜବତ

ବାରିକପୁର, (ଓ୍ବାଇଏନ୍ଏସ୍):ଭଣ୍ଡାରିପୋଖରୀ ଥାନା ଅଧିନ କୁରିଗାଁ ଓ ସରସଦା ଠାରୁ ବ୍ୟାପକ ପରିମାଣରେ ମଦ ଜବତ ହୋଇଥିବାବେଳେ ତିନିଜଣ ଗିରଫ ହୋଇଛନ୍ତି । ଧାମନଗର ଅବକାରୀ ଥାନା ପକ୍ଷରୁ ଏସଆଇ ଜଗନ୍ନାଥ ମିଶ୍ରଙ୍କ ନେତୃତ୍ୱରେ ଚଢାଉ ହୋଇଥିବାବେଳେ ବେଆଇନ ମଦ ବିକୁଥିବାରୁ ତିନିଜଣଙ୍କୁ ଗିରଫ କରାଯାଇଛି । ତାଙ୍କ ନିକଟରୁ ୮୦ଲିଟର ବେଆଇନ ମଦ ଜବତ ହୋଇଥିବା ଜଣାଯାଇଛି । ଓଡିଶା ଅବକାରୀ ଆଇନ ଅନୁଯାୟୀ ମାମଲା ରୁଜୁ ହୋଇଥିବାବେଳେ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି । ଏଏସଆଇ ଦୀପକ ରାଉତ, ପୁରୁଷୋତ୍ତମ ମଲ୍ଲିକ, ସୁବାଶିଷ ରାଉତ, ମୁରଲୀ ପ୍ରଧାନ, ସନ୍ଧ୍ୟାରାଣୀ ଜେନା, ମିଥୁନ ପ୍ରଧାନ ଚଢାଉରେ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ