ମାଘମେଳା ଅନୁଷ୍ଠିତ
ବାରିକପୁର, (ଓ୍ବାଇଏନ୍ଏସ୍):ଭଣ୍ଡାରିପୋଖରୀ ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ନେଉଳିଆ ତୋଟା ଠାରେ ଏକ ଦିବସୀୟ ମାଘମେଳା ଅନୁଷ୍ଠିତ ହୋଇଯାଇଛି । ସର୍ବପୁରାତନ କାଠିଆ ବାବାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଅନୁଷ୍ଠିତ ହୋଇଥିବା ମେଳାରେ ଆଖପାଖ ଅଞ୍ଚଳର ସାଧୁ ସନ୍ଥ ମାନେ ଯୋଗଦେଇଥିଲେ । କେଉଁ ଆବାହମାନ କାଳରୁ ଏଠାରେ ମେଳା ଅନୁଷ୍ଠିତ ହେଉଥିବାବେଳେ କାଠିଆ ବାବାଙ୍କ ସ୍ମୃତି ନିର୍ମାଣ ପାଇଁ ଏଠାରେ ଏକ ସ୍ମୃତିସ୍ତମ୍ବ ଆବଶ୍ୟକତା ଥିବା ଗ୍ରମାବାସୀ ମାନେ ଜଣାଇଛନ୍ତି । ଚଳିତବର୍ଷ ସ୍ଥାନୀୟ ଡାହାଲା, ପୁରୀପଡା, ଭୂତିଆ, ରାମଚନ୍ଦ୍ରପୁର, ସଂପୋଇ ଗ୍ରାମର ଶ୍ରଦ୍ଧାଳୁ ମାନେ ବାବାଙ୍କ ସମାଧି ପୀଠରେ ପହଞ୍ଚି ପୂଜାର୍ଚ୍ଚନା କରିଥିଲେ । ପ୍ରତ୍ୟୁଷରୁ ପୂଜାକାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ହୋମ ଯଜ୍ଞ ସହିତ ସନ୍ଧ୍ୟାରେ ଭଜନ କିର୍ତ୍ତନ ଅନୁଷ୍ଠିତ ହୋଇଥିଲା । ଆୟୋଜିତ କାର୍ଯ୍ୟକ୍ରମକୁ ଗ୍ରାମର ରାମଚନ୍ଦ୍ର ବଳ, ଗୌରାଙ୍ଗ ନାୟକ, ପ୍ରଶାନ୍ତ ବଳ, ଦିନେଶ ବଳ, ଆଲୋକ ନାୟକ, ବିବେକାନନ୍ଦ ବଳ ପ୍ରମୁଖ ପରିଚାଳନା କରିଥିଲେ । କଥିତ ଅଛି ପୂର୍ବରୁ ଉକ୍ତ ସ୍ଥାନରେ କାଠିଆ ବାବା ବସବାସ କରୁଥିବାବେଳେ ତାଙ୍କୁ ଏଠାରେ ଜିଅନ୍ତା ସମାଧି ଦିଆଯାଇଥିଲା । ତେଣୁ କେଉଁ ଆବାହମାନ କାଳରୁ ବାବାଙ୍କ ସ୍ମୃତି ଉଦ୍ଦେଶ୍ୟରେ ପ୍ରତ୍ୟକ ବର୍ଷ ମାଘସପ୍ତମୀ ଦିନ ଗ୍ରାମବାସୀଙ୍କ ପକ୍ଷରୁ ହୋମଯଜ୍ଞ ଅନୁଷ୍ଠିତ ହୋଇଥାଏ ।


