ମଦ ଜବତ, ଦୁଇ ଗିରଫ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :ଧାମନଗର ଅବକାରୀ ଥାନା ପକ୍ଷରୁ ଭଣ୍ଡାରିପୋଖରୀ ବ୍ଲକର ଦୁଇଗୋଟି ସ୍ଥାନରୁ ଆଜି ମଦ ଜବତ ହୋଇଥିବା ବେଳେ ବେଆଇନ ବିକ୍ରୟ କରୁଥିବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଭଦ୍ରକ ଅବକାରୀ ଅଧିକ୍ଷକ ପ୍ରଦୀପ୍ତ କୁମାର ଦାସଙ୍କ ନିର୍ଦେଶକ୍ରମେ ଧାମନଗର ଅବକାରୀ ଥାନା ଅଧିକାରୀ ଜଗନ୍ନାଥ ମିଶ୍ରଙ୍କ ତତ୍ୱବାଧାନରେ ଉକ୍ତ ଚଢ଼ାଉ ହୋଇଥିଲା। ଚଢ଼ାଉ ବେଳେ ମଞ୍ଜୁରୀରୋଡ଼ ନିକଟ ନଆମୀ ଠାରୁ ୧୦ଲିଟର ରନ୍ଧା ମଦ ଜବତ କରାଯାଇଥିବା ବେଳେ ଅଭିଯୁକ୍ତ ପ୍ରମିଳା ମୁଣ୍ଡାଙ୍କୁ ଗିରଫ କରାଯାଇଛି। ସେହିଭଳି ନଗୁଆ କେନାଲ ବନ୍ଧରୁ ୨୦ଲିଟର ମଦ ସହିତ ଅଭିଯୁକ୍ତ ନନ୍ଦକିଶୋର ଜେନାକୁ ମଧ୍ୟ ଅବକାରୀ ବିଭାଗ ଗିରଫ କରିଥିବା ଜଣାପଡିଛି। ଓଡିଶା ଅବକାରୀ ଆଇନ ଅନୁଯାୟୀ ଆଜି ଗିରଫ ଅଭିଯୁକ୍ତ ଦ୍ୱୟଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏଥିରେ ଏଏସଆଇ ଦୀପକ ରାଉତ, ମୁରଲୀ ପ୍ରଧାନ, ସୁବାଶିଷ ରାଉତ, ସଂଧ୍ୟାରାଣୀ ସେନାପତି ପ୍ରମୁଖ ସାମିଲ ହୋଇଥିଲେ।